Latest Odisha News

BREAKING NEWS

ବାଣ ନେବା ବେଳେ ସ୍କୁଟିରେ ବିସ୍ଫୋରଣ, ୩ ଗୁରୁତର

ଭୁବନେଶ୍ୱର: ଭୁବନେଶ୍ୱରର ୧୬ ନମ୍ବର ଜାତୀୟ ରାଜପଥର ଜୟଦେବ ବିହାର ଓଭରବ୍ରିଜ୍ ଉପରେ ବୁଧବାର ସନ୍ଧ୍ୟାରେ ଏକ ସ୍କୁଟି ସମ୍ପୂର୍ଣ୍ଣ ଜଳିଯାଇଛି।

ସୂଚନା ଅନୁଯାୟୀ, ସ୍କୁଟିରେ ଜଣେ ପୁରୁଷ ଏବଂ ଦୁଇ ଜଣ ମହିଳା ବାଣ ଧରି କଟକ ଯାଉଥିବା ବେଳେ ହଠାତ୍ ବିସ୍ଫୋରଣ ହୋଇ ନିଆଁ ଲାଗିଯାଇଥିଲା। ପଥଚାରୀମାନେ ତୁରନ୍ତ ସେମାନଙ୍କୁ ଉଦ୍ଧାର କରି ଏକ ଆମ୍ବୁଲାନ୍ସ ଯୋଗେ କ୍ୟାପିଟାଲ ହସ୍ପିଟାଲକୁ ପଠାଇଥିଲେ। ଏହି ଦୁର୍ଘଟଣାରେ ସେମାନେ ଗୁରୁତର ପୋଡ଼ି ହୋଇଯାଇଥିବା କୁହାଯାଉଛି।

ଆହତମାନଙ୍କ ପରିଚୟ ଏଯାବତ ସ୍ପଷ୍ଟ ହୋଇନଥିଲା ବେଳେ ସେମାନେ ଗୋଟିଏ ପରିବାରର ବୋଲି ଅନୁମାନ କରାଯାଉଛି।

ତେବେ ଏହି ଘଟଣା ରାଜପଥରେ ଟ୍ରାଫିକ୍ ଜାମ୍ ସୃଷ୍ଟି କରିଥିଲା। ଫଳରେ ଯାନବାହାନ ଚଳାଚଳକୁ ସୁବ୍ୟବସ୍ଥିତ କରିବା ପାଇଁ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା।

 

Comments are closed.