Latest Odisha News

BREAKING NEWS

ଶ୍ରୀରାମ ନବମୀ ଯାତ୍ରା ଦେଖି ଫେରୁଥିବା ବେଳେ ଗଛରେ ପିଟି ହେଲା ବାଇକ୍; ୩ ମୃତ

ଓଡ଼ଗାଁ: ଶ୍ରୀରାମ ନବମୀ ଯାତ୍ରା ଦେଖି ଫେରୁଥିବା ବେଳେ ବାଇକ ଗଛରେ ପିଟି ହେଇଯିବାରୁ ୩ ଜଣଙ୍କର ମୃତ୍ୟୁ ହୋଇଛି। ଘଟଣା ଘଟିଛି ଓଡ଼ଗାଁ ଆଦର୍ଶ ଥାନା କୋମଣ୍ଡ ପଥରାସ୍ଥିତ ବୃଦ୍ଧାଶ୍ରମ ନିକଟରେ।

ମୃତକମାନେ ହେଲେ ଓଡ଼ଗାଁ ଆଦର୍ଶ ଥାନା ରୋହିବାଙ୍କ ପଞ୍ଚାୟତ ମହେଶ୍ୱରପୁର ଗ୍ରାମ ସ୍କୁଲ ସାହିର ମାଧବ ପ୍ରଧାନ(୨୦),ସୂର୍ଯ୍ୟକାନ୍ତ ପ୍ରଧାନ (୧୯) ଓ ରାଜେଶ ନାୟକ (୧୯)। ମିଳିଥିବା ସୂଚନା ଅନୁସାରେ, ଏହି ୩ ଜଣ ଯୁବକ ଓଡ଼ଗାଁକୁ ଘରୁ ରାତି ୮ ସମୟରେ ଶ୍ରୀରାମ ନବମୀ ଯାତ୍ରା ଦେଖିବାକୁ ବାହାରିଯାଇଥିଲା। ଯାତ୍ରା ଦେଖି ରାତି ୧୨ ସମୟରେ  ଗୋଟିଏ ବାଇକ୍‌ରେ ୩ ଜଣ ବସି ଘରକୁ ଫେରୁଥିଲେ।

ହେଲେ ପଥରା ବୃଦ୍ଧାଶ୍ରମ ନିକଟରେ ବାଇକ୍‌ରୁ ଭାରସାମ୍ୟ ହରାଇ ରାସ୍ତା ପାଖରେ ଥିବା ଏକ ବରଗଛକୁ ଧକ୍କା ଦେଇଥିଲେ। ଗଛ ସହ ଧକ୍କା ହୋଇ ୩ ଜଣ ଗୁରୁତର ଆହତ ହୋଇଥିଲେ। ଏହାପରେ ଘଟଣାସ୍ଥଳରେ ସ୍ଥାନୀୟ ଲୋକେ ପହଞ୍ଚି ସେମାନଙ୍କୁ ଉଦ୍ଧାର କରି ଓଡ଼ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ହେଲେ ସୂର୍ଯ୍ୟକାନ୍ତଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।

ରାଜେଶ ଓ ମାଧବଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ସେମାନଙ୍କୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ହେଲେ ଦୁର୍ଭାଗ୍ୟର କଥା ଯେ ଡାକ୍ତର ସେଠାରେ ଉଭୟଙ୍କୁ ମୃତ ଘୋଷଣା କରିଛନ୍ତି। ଏହି ଘଟଣା ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି।

Leave A Reply

Your email address will not be published.