Latest Odisha News

BREAKING NEWS

ଭୁଲ ଜିପିଏସ୍ ନେଭିଗେସନ୍ ଯୋଗୁଁ ବ୍ରିଜରୁ ଖସିଲା କାର

ବରେଲି: ଭୁଲ ଜିପିଏସ୍ ନେଭିଗେସନ୍ ଯୋଗୁଁ ନିର୍ମାଣାଧୀନ ସେତୁରୁ ଏକ କାର୍ ରାମଗଙ୍ଗା ନଦୀକୁ ଖସି ପଡିଛି। ଉତ୍ତରପ୍ରଦେଶର ବରେଲିରେ ଏଭଳି ଏକ ଦୁର୍ଘଟଣା ସାମ୍ନାକୁ ଆସିଛି।

ତେବେ ଘଟଣାଟି ରବିବାର ଦିନ ଘଟିଥିଲା ଯେତେବେଳେ ତିନିଜଣ ବ୍ଯକ୍ତି କାରରେ ବରେଲିରୁ ଦତ୍ତାଗଞ୍ଜ ଜିଲ୍ଲା ବଦାୟୁନ୍ ଅଭିମୁଖେ ଯାଉଥିଲେ। ତେବେ ରାସ୍ତା ଜାଣିବା ପାଇଁ କାରର ଜିପିଏସ୍ ନେଭିଗେସନ୍ ବ୍ୟବହାର କରିଥିଲେ। କିନ୍ତୁ ଭୁଲ ଜିପିଏସ୍ ନେଭିଗେସନ୍ ଯୋଗୁଁ ନିର୍ମାଣାଧୀନ ସେତୁରୁ କାରଟି ରାମଗଙ୍ଗା ନଦୀକୁ ଖସି ପଡିଥିଲା।

ସୂଚନା ପାଇବା ମାତ୍ରେ ଫରିଦପୁର ବରେଲି ଏବଂ ଜିଲ୍ଲା ବଦାୟୁନ୍ ଷ୍ଟେସନର ଦତ୍ତାଗଞ୍ଜ ପୋଲିସ ଘଟଣାସ୍ଥଳରେ ପହଞ୍ଚି କାର ଏବଂ ସମସ୍ତ ତିନିଜଣଙ୍କୁ ନଦୀ ଭିତରୁ ଉଦ୍ଧାର କରିଥିଲେ। ସମସ୍ତ ତିନି ଜଣଙ୍କର ଦୁର୍ଘଟଣା ସ୍ଥଳରେ ହିଁ ମୃତ୍ୟୁ ଘଟିଛି।

କୁହାଯାଉଛି ଯେ ୨ବର୍ଷ ପୂର୍ବେ ବନ୍ୟା ହେତୁ ବ୍ରିଜ ଭାଙ୍ଗି ଯାଇଥିଲା। ଯାହା ଫଳରେ ଏଥିରେ କୌଣସି ଯାତାୟତ ହୋଇପାରୁନଥିଲା। କିନ୍ତୁ ଏହା ଜିପିଏସ୍ ନାଭିଗେସନ୍ ସିଷ୍ଟମ ରେ ଅପଡେଟ କରାଯାଇନଥିଲା। ଯେଉଁଥିପାଇଁ ଏଭଳି ଅଘଟଣ ଘଟିଯାଇଛି।ଲୋକଙ୍କ କହିବା ଅନୁସାରେ ପବ୍ଲିକ ୱାର୍କସ ବିଭାଗ ବ୍ରିଜରେ କୌଣସି ସୂଚକ ମଧ୍ଯ ଲଗାଇନଥିଲେ।

 

 

Comments are closed.