Latest Odisha News

ପାହାଡ ଉପରୁ ୩ ଜଣଙ୍କ ମୃତଦେହ ଉଦ୍ଧାର

ବାଲେଶ୍ଵର: ନିଖୋଜର ୫ ଦିନ ପରେ ମିଳିଲା ମୃତଦେହ । ବାଲେଶ୍ୱର ଜିଲା ଔପଦା ଥାନା ବଡ଼ପୋଖରୀ ପଞ୍ଚାୟତ ବଡ଼ପୋଖରୀ ରାଜସ୍ୱ ଗ୍ରାମର ଆଦିବାସୀ ବସ୍ତି ବରପଦା ଗ୍ରାମରେ ଚାରି ଦିନ ଧରି ନିଖୋଜ ଥିବା ୩ ଜଣ ଆଦିବାସୀଙ୍କର ମୃତ ଶରୀର ବଡ଼ପୋଖରୀ ନିକଟସ୍ଥ ଜଙ୍ଗଲରୁ ମିଳିଛି । ତେବେ କିଏ କେଉଁ ପରିସ୍ଥିତିରେ ଏପରି କରିଛି ତାହା ଜଣା ପଡ଼ିନଥିବା ବେଳେ ଗୁଣିଗାରେଡ଼ି ସନ୍ଦେହରେ ଏମାନଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ମୃତକ ୩ଜଣ ହେଉଛନ୍ତି ଦାମ୍ପା ସିଂ, ଜାଲିଆ ସିଂହ ଓ ସମ୍ବାରି ସିଂ ।

ସୂଚନା ଅନୁସାରେ, ଔପଦା ଥାନା ବଡ଼ପୋଖରୀ ପଞ୍ଚାୟତ ବରପଦା ଗାଁରେ ଗତ ରବିବାର ଦିନ ଏକ ଜନ୍ମଉତ୍ସବରେ ଯୋଗ ଦେବା ପାଇଁ ୨ଟି ଗାଁରୁ ଅନେକ ଲୋକ ଆସିଥିଲେ । କିନ୍ତୁ ଭୋଜି ଖାଇବା ବେଳେ ଦୁଇ ଗାଁର ଲୋକଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ପାଟିତୁଣ୍ଡ ପରଠାରୁ ବରପଦା ଗାଁର ଏହି ୩ଜଣ ନିଖୋଜ ଥିଲେ । ପରେ ତାଙ୍କ ପୁଅ ଔପଦା ଥାନାରେ ପହଞ୍ଚି ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି କରି ପୋଲିସ୍‌ ତଦନ୍ତ ଆରମ୍ଭ କରିଥିଲା । କିନ୍ତୁ କୌଣସି ପତ୍ତା ମିଳିନଥିଲା । ଶେଷରେ ଆଜି ବଡ଼ପୋଖରୀ ନିକଟସ୍ଥ ଜଙ୍ଗଲରୁ ସେମାନଙ୍କ ମୃତଦେହ ଉଦ୍ଧାର କରାଯାଇଛି । ପୋଲିସ୍‌ ମୃତଦେହ ଗୁଡ଼ିକ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ସେପଟେ ଏହି ଘଟଣାରେ ପୋଲିସ୍‌ ୬ ଜଣଙ୍କୁ ଅଟକ ରଖିଛି।

Leave A Reply

Your email address will not be published.