Latest Odisha News

ଦୁର୍ଘଟଣା ନେଲା ୩ ଜୀବନ : ୨ଜଣଙ୍କୁ ଚାପିଦେଲା କାର,ମହିଳାଙ୍କ ଉପରେ ଚଢିଗଲା ବସ୍

ବ୍ରହ୍ମପୁର:ସକାଳୁ ସକାଳୁ ଦୁର୍ଘଟଣା । ବିଭିନ୍ନ ସ୍ଥାନରେ ଦୁର୍ଘଟଣା ଘଟି ୩ ଜଣଙ୍କର ଜୀବନ ଗଲା । ଗଞ୍ଜାମ ଜିଲ୍ଲାରେ ୨ ଜଣଙ୍କ ଉପରେ କାର ଚଢି ଯାଇଥିବାବେଳେ ଭଦ୍ରକ ବନ୍ତ ଛକରେ ଜଣେ ମହିଳାଙ୍କୁ ଦଳି ଦେଇଛି ବସ୍ ।

ବ୍ରହ୍ମପୁର ସାନଖେମୁଣ୍ଡି-ପାଟପୁର ଥାନା ପୋଡାମାରି ବସଷ୍ଟାଣ୍ଡ ନିକଟରେ ବସକୁ ଅପେକ୍ଷା କରି କିଛି ଲୋକ ଛିଡା ହୋଇଥିଲେ । ଆଉ କିଛି ସମୟ ଯାଇଥିଲେ ଗନ୍ତବ୍ୟସ୍ଥଳରେ ହୁଏତ ପହଞ୍ଚି ଯାଇଥାନ୍ତେ । ହେଲେ ତା ପୂର୍ବରୁ ଘଟିଲା ଅଘଟଣ । ଦ୍ରୁତଗତିରେ ମାଡି ଆସିଥିଲା ଏକ କାର । ତିନି ଜଣଙ୍କୁ ଦଳି ଦେଇଥିଲା । ୨ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବାବେଳେ ଜଣେ ଗୁରୁତର ଅଛନ୍ତି ।ତାଙ୍କୁ ଦିଗପହଣ୍ଡି ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି ।ଧକ୍କା ଦେଇ କାରଟି ଦ୍ରୁତ ଗତିରେ ଘଟଣାସ୍ଥଳରୁ ପଳାଇ ଯାଇଥିଲା ।

ଅନ୍ୟ ଘଟଣାଟି ଘଟିଛି ଭଦ୍ରକ ଜିଲ୍ଲାରେ । ବନ୍ତ ଛକ ନିକଟରେ ଜଣେ ମହିଳା ରାସ୍ତା ପାର ହେଉଥିବାବେଳେ ଚଢି ଯାଇଛି ଯାତ୍ରୀବାହୀ ବସ । ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି । ପୋଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହ ଡ୍ରଇଭରଙ୍କୁ ଅଟକ ରଖିଛି ।

Comments are closed.