Latest Odisha News

BREAKING NEWS

ଝିଅ ଦେଖି ଫେରିବା ବେଳେ ମାଡିଗଲା ହାଇଓ୍ବା, ଚାଲିଗଲା ୩ ଜଣଙ୍କ ଜୀବନ

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଅରିଗାଁରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ହାଇୱା ଧକ୍କାରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି । ମୃତକ ହେଲେ ଭେଡେନ ଥାନା ବାଏପୁର ଗାଁର ଗୌର ମାଝୀ, ଗୋବିନ୍ଦ ବଗର୍ତ୍ତି, ଜନାର୍ଦ୍ଦନ ବାରିକ । ସେହିପରି ଆହତ ହେଲେ ରୂପାପାଲି ଗାଁର ବରୁଣ ଭୋଇ । ବିନିକା ପୋଲିସ ଦୁର୍ଘଟଣା ଘଟାଇଥିବା ହାଇଓ୍ବା ଓ ଡ୍ରାଇଭରକୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି ।

ସୂଚନା ଅନୁସାରେ, ବରଗଡ଼ ଜିଲ୍ଲା ଭେଡେନ ଥାନା ବଏପୁର ଗାଁରୁ ଝିଅ ଦେଖିବା ପାଇଁ ବିନିକା ବଲାରଙ୍ଗା ଗାଁକୁ ଆସିଥିଲେ ମୃତକ ଓ ଆହତ । ଝିଅ ଦେଖି ଫେରିବା ପରେ ପାଣି ପିଇବା ପାଇଁ ଅରିଗାଁ ନିକଟରେ ଅଟକିଥିଲେ । କିନ୍ତୁ ଏହି ସମୟରେ ଗୋଡ଼ଭଗା ପଟୁ ଏକ ହାଇୱା ଦ୍ରୁତ ଗତିରେ ଏମାନଙ୍କ ଉପରେ ମାଡି ଯାଇଥିଲା । ସ୍ଥାନୀୟ ସମସ୍ତଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । କିନ୍ତୁ ଡାକ୍ତର ତିନି ଜଣଙ୍କୁ ମୃତ ଘୋଷଣା କରିଥିବା ବେଳେ, ଜଣେ ଗୁରୁତରଙ୍କୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ।

Leave A Reply

Your email address will not be published.