Latest Odisha News

BREAKING NEWS

ଛଟପଟ ହେଉଥିବା ଅସରପାକୁ ବଂଚାଇବା ପାଇଁ ଡାକ୍ତରଖାନା ଦୌଡିଲେ ଦୟାଳୁ ଯୁବକ..

ନୂଆଦିଲ୍ଲୀ: ଅସରପାକୁ ବଂଚାଇବା ପାଇଁ ଜଣେ ଯୁବକ ଡାକ୍ତରଖାନା ଦୌଡିବା ଘଟଣା ଏବେ ଚର୍ଚ୍ଚାର କାରଣ ସାଜିଛି । କେହି କେହି ଏହାକୁ ପାଗଳାମୀ କହୁଥିବା ବେଳେ ଅଧିକାଂଶ ଯୁବକର ଉଦ୍ୟମ ଏବଂ ଦୟାଳୁ ଭାବକୁ ପ୍ରଶଂସା କରିଛନ୍ତି । ଟାଇମ୍ସ ନାଓରେ ପ୍ରକାଶିତ ଏକ ଖବର ଅନୁସାରେ ଥାଇଲାଣ୍ଡର ଜଣେ ଯୁବକ ରାସ୍ତାକଡରେ ଏକ ଅସରପା ଛଟପଟ ହେଉଥିବା ଦେଖିବାକୁ ପାଇଲେ । ଏଥିପ୍ରତି କେହି ଗୁରୁତ୍ୱ ଦେଉ ନ ଥାନ୍ତି । ଯୁବକଜଣକ ଭାବପ୍ରବଣ ହୋଇ ଅସରପାକୁ ଧରି ନିକଟସ୍ଥ ପଶୁ ଚିକତ୍ସାଳୟକୁ ନେଇଗଲେ । ସେଠାରେ ପଶୁ ଚିକିତ୍ସକ ଡା.ଥାନୁ ଲିମ୍ପାପଟ୍ଟନବାନିଚ ପ୍ରଥମେ ଏହା ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ।

ଯୁବକର ଅନୁରୋଧ କ୍ରମେ ସେ ଅସରପାକୁ ବଂଚାଇବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କଲେ । ଚିକିତ୍ସା ପରେ ଏହାର ବଂଚିବା ସମ୍ଭାବନା ୫୦ ପ୍ରତିଶତ ରହିଛି । ତୁମେ ଏହାକୁ ଘରକୁ ନେଇ ୨/୩ ଦିନ ଅପେକ୍ଷା କର ବୋଲି ଥାନୁ ଯୁବକଜଣଙ୍କୁ କହିଥିଲେ । ଏହା ପରେ ଅସରପା ବଂଚିଲା କି ମରିଲା ତାହା ଜଣା ପଡି ନାହିଁ । କିନ୍ତୁ ଯୁବକର ଉଦ୍ୟମରେ ଡାକ୍ତର ଥାନୁ ଏତେ ପ୍ରଭାବିତ ହେଲେ ଯେ ସେ ସମ୍ପୂର୍ଣ୍ଣ ଘଟଣା ସୋସିଆଲ ସାଇଟରେ ଶେୟାର କରିଥିଲେ । ଖବରର ଗୁରୁତ୍ୱ ନ ଥିଲେ ମଧ୍ୟ ଏହା ସବୁଠାରେ ବେଶ ଆଦୃତ ହୋଇଥିଲା ।

Leave A Reply

Your email address will not be published.