ସୁନ୍ଦରଗଡ: ସୁନ୍ଦରଗଡ ଜିଲ୍ଲା ତଳସରା ଥାନା ଅନ୍ତର୍ଗତ କୁହ୍ଲିଆଜର ନିକଟରେ ଘଟିଥିବା ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୩ ଜଣଙ୍କର ଶୋଚନୀୟ ମୃତ୍ୟୁ ଘଟିଛି ।
ମିଳିଥିବା ସୂଚନାନୁଯାୟୀ ଗତକାଲି ଏକ ବିବାହ ଭୋଜିରେ ଯୋଗଦେଇ ସମ୍ପୃକ୍ତ ବ୍ୟକ୍ତିମାନେ ଏକ ବାଇକ୍ ଯୋଗେ ଘରକୁ ଫେରୁଥିବା ବେଳେ କୌଣସି କାରଣବଶତଃ ରାସ୍ତା ଉପରେ ଛିଡା ହୋଇଥିବା ଏକ ଟ୍ରକ୍ ସହ ଧକ୍କା ହୋଇଥିବା ନେଇ ଜଣାପଡିଛି ।
ଅପରପକ୍ଷରେ ଆଜି ଭୋରରେ ଦୁର୍ଘଟଣା ଘଟିଥିବା ଦେଖି ସ୍ଥାନୀୟ ବାସିନ୍ଦା ପୋଲିସକୁ ଖବର ଦେଇଥିଲେ ।
ପରବର୍ତ୍ତୀ ସମୟରେ ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଦେଇଛି । ଏନେଇ ପୋଲିସ ପକ୍ଷରୁ ତଦନ୍ତ ମଧ୍ୟ ଜାରି ରହିଛି ।
Comments are closed.