Latest Odisha News

BREAKING NEWS

ଇଭିଏମରେ ସିଲ୍ ହେଲା ୩୦୯ ପ୍ରାର୍ଥୀଙ୍କ ଭାଗ୍ୟ; ତୃତୀୟ ପର୍ଯ୍ୟାୟରେ ୬୧.୧୯ % ମତଦାନ

ଝାଡ଼ଖଣ୍ଡ: ଝାଡ଼ଖଣ୍ଡ ବିଧାନସଭା ଲାଗି ଗୁରୁବାର ଦିନ ୩ୟ ପର୍ଯ୍ୟାୟ ଭୋଟଗ୍ରହଣ ଶାନ୍ତି ଶୃଙ୍ଖଳାର ସହିତ ଶେଷ ହୋଇଛି । ମୋଟ ୧୭ଟି ଆସନ ଲାଗି ମତଦାନ ହୋଇଥିବା ବେଳେ ୬୧.୧୯ ପ୍ରତିଶତ ଭୋଟଗ୍ରହଣ ହୋଇଥିବା ନେଇ ଝାଡ଼ଖଣ୍ଡ ନିର୍ବାଚନ କମିଶନ ଅଧିକାରୀଙ୍କଠାରୁ ସୂଚନା ମିଳିଛି ।

ଏହି ନିର୍ବାଚନରେ ସମୁଦାୟ ୩୦୯ ଜଣ ପ୍ରାର୍ଥୀ ବିଭିନ୍ନ ଦଳରୁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବେଳେ ସେମାନଙ୍କର ଭାଗ୍ୟ ଇଭିଏମ ମଧ୍ୟରେ ସିଲ୍ ହୋଇଯାଇଛି । କଡ଼ା ସୁରକ୍ଷା ବଳୟ ମଧ୍ୟରେ ଏହି ଇଭିଏମ ବାକ୍ସ ଗୁଡ଼ିକୁ ସ୍ଥାନାନ୍ତରୀତ କରାଯାଇ ରଖାଯାଇଛି ।

ଏଠାରେ ସୂଚନାଯୋଗ୍ୟ ଗୁରୁବାର ଦିନ ଅନୁଷ୍ଠିତ ହୋଇଥିବା ଏହି ନିର୍ବାଚନରେ ୧୭ଟି ଆସନ ମଧ୍ୟରୁ ୧୨ଟି ନିର୍ବାଚନ ମଣ୍ଡଳୀ ନକ୍ସଲ ଉପଦ୍ରୁତ ଅଞ୍ଚଳ । ତେଣୁ ଏହି ୧୨ଟି ଆସନରେ ସକାଳ ୭ଟାରୁ ଦିନ ୩ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ ଅନୁଷ୍ଠିତ ହୋଇଥିଲା । ଅନ୍ୟ ୫ଟି ଆସନରେ ସକାଳ ୭ରୁ ଦିନ ୫ଟା ପର୍ଯ୍ୟନ୍ତ ଭୋଟଗ୍ରହଣ ହୋଇଥିଲା ।

ଝାଡ଼ଖଣ୍ଡ ନିର୍ବାଚନ କମିଶନ ଅଧିକାରୀଙ୍କ ସୂଚନାନୁଯାୟୀ ସମୁଦାୟ ୫୬, ୧୮, ୨୬୭ ଜଣ ଭୋଟରଙ୍କ ମଧ୍ୟରୁ ୬୧.୧୯ ପତିଶତ ଭୋଟର ସେମାନଙ୍କର ମତଦାନ ସାବ୍ୟସ୍ତ କରିଛନ୍ତି ।

ଆସନ୍ତା ୧୬ ତାରିଖରେ ଚତୁର୍ଥ ପର୍ଯ୍ୟାୟ ଏବଂ ୨୦ ତାରିଖରେ ଅନ୍ତିମ ପର୍ଯ୍ୟାୟ ତଥା ପଞ୍ଚମ ପର୍ଯ୍ୟା ନିର୍ବାଚନ ଅନୁଷ୍ଠିତ ହେବ ।

Leave A Reply

Your email address will not be published.