Latest Odisha News

BREAKING NEWS

ଟ୍ରକ୍ ପଛରେ ପିଟି ହେଲା କାର୍, ୩ ମୃତ ଓ ଦୁଇ ଆହତ

ଯାଜପୁର: ଧର୍ମଶାଳା ଥାନା ରଥିଆ ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି । ଭୋରରୁ କାର ପଶ୍ଚିମବଙ୍ଗ ଯାଉଥିବା ବେଳେ ରାସ୍ତାରେ ଠିଆ ହୋଇଥିବା ଟ୍ରକକୁ ପଛରୁ ଧକ୍କା ଦେଇଥିଲା ।

ମୃତକମାନେ ସମସ୍ତେ ପୁରୁଷ । ଦୁର୍ଘଟଣାସ୍ଥଳରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିଲା । ହସ୍ପିଟାଲ ନେବା ରାସ୍ତାରେ ଆଉ ଜଣେ ପ୍ରାଣ ହରାଇଛନ୍ତି । କାର୍ ଚାଳକ ଓ ଜଣେ ମହିଳା ଗୁରୁତର ହୋଇଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।

Leave A Reply

Your email address will not be published.