Latest Odisha News

BREAKING NEWS

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶିଫଳ

ତା୭-୮-୨୦୨୦ ଶୁକ୍ରବାର

ଆଜି ହେଉଛି ୨୦୨୦ ମସିହା ଅଗଷ୍ଟ ତା ୭ ରିଖ ଶୁକ୍ରବାର କର୍କଟ ୨୩ ଦିନ ଭାଦ୍ରବ ମାସ କୃଷ୍ଣ ପକ୍ଷ ଚତୁର୍ଥୀ ତିଥି ପୂର୍ବଭାଦ୍ର ନକ୍ଷତ୍ର ଦିନ ୧ଟା ୩୬ମିନିଟ୍ ପର୍ଯ୍ୟନ୍ତ ତାପରେ ଉତ୍ତର ଭାଦ୍ର ନକ୍ଷତ୍ର ମୀନ ଚନ୍ଦ୍ର ଭୋଗ ହେବ

ଘାତ ବାର:- ବିଛା ଓ ଧନୁ ରାଶିର

ଘାତ ଚନ୍ଦ୍ର:- ଧନୁ ରାଶି ପୁରୁଷ ଓ ତୁଳା ରାଶି ମହିଳାଙ୍କର

ଆଜି: ମୂଳା ଖାଇବା ନିଷେଧ

ମେଷ: କର୍ମ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ମିଳିବ ।ଯାତ୍ରାରେ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବେ । ଶତୃମାନେ ପରାଜିତ ହେବେ ବ୍ଯବସାୟରେ ଆଶାନୁରୂପ ଲାଭବାନ ହେବେ । ହଠାତ୍ ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି ।

ବୃଷ

ଆଜି ଆପଣ ଯଗିରଖି ଚଳନ୍ତୁ ସାମାନ୍ୟ କଥାକୁ ନେଇ ବାଦବିବାଦ ଦେଖା ଦେଇପାରେ ।ପ୍ରତ୍ୟେକ କ୍ଷେତ୍ରରେ ବିଫଳତା ଆଉ ହତାଶ ହେବେ ।ମହିଳାମାନେ ନିଜ ପରିବାରରେ ପ୍ରଶଂସନୀୟ ହେବେ । ପରିବାରର ବାତାବରଣ ଆନନ୍ଦପୂର୍ଣ୍ଣ ରହିବ।

ମିଥୁନ

ପ୍ରତେକଟି କାର୍ଯ୍ୟରେ ସିଦ୍ଧି ଲାଭ କରିବେ । ଅପରାହ୍ନରେ ଶୁଭ ଖବର ପାଇ ମନ ଖୁସି ରହିବ ।ଶରୀର ସୁସ୍ଥ ରହିବ ।ଯାତ୍ରା ପାଇଁ ଦିନଟି ଶୁଭପ୍ରଦ ହେବ ।ମହିଳାମାନଙ୍କର କାର୍ଯ୍ୟ ପ୍ରଶଂସନୀୟ ହେବ

କର୍କଟ

ଆଶା କରୁଥିବା ଦିଗରୁ ଅର୍ଥ ପାଇବେ  ବ୍ଯବସାୟ ବାଣିଜ୍ୟ ଓ ପରିବହନ କ୍ଷେତ୍ରରେ ଲାଭବାନ ହେବେ ।ସତସଙ୍ଗ ଓ ଧର୍ମ ଚର୍ଚ୍ଚା ପ୍ରତି ମନ ବଳାଇବେ ।ସ୍ଵାଦିଷ୍ଟ ଭୋଜନ ମିଳିବ ।ପାରିବାରିକ ଜୀବନ ସୁଖମୟ ହେବ।

ସିଂହ

ସ୍ନେହ ଶ୍ରଦ୍ଧା ସଦ୍ଇଛା ପାଇ ଖୁସି ହେବେ । କର୍ମ କ୍ଷେତ୍ରରେ ମାନ ସମ୍ମାନ ପଦ ମର୍ଯ୍ଯାଦା ବୃଦ୍ଧି ପାଇବ ।ସ୍ତ୍ରୀ ଙ୍କ ପ୍ରେରଣାରୁ ଉପକୃତ ହେବେ ।ବହୁଦିନର ସମସ୍ଯା ସମାଧାନ ହେବ ।ଶତୃମାନେ ପରାଜିତ ହେବେ ।

କନ୍ୟା

ପ୍ରତେକଟି  କାର୍ଯ୍ୟରେ ସିଦ୍ଧି ଲାଭ କରିବେ । ଶତୃମାନେ ପରାଜିତ ହେବେ । ଯଶ ଗୌରବ ବୃଦ୍ଧି ପାଇବ । ଛାତ୍ରଛାତ୍ରୀମାନେ  ବିଦ୍ୟାରେ ସଫଳତା ପାଇବେ ।

ତୁଳା

ପରିବାରରେ ମନମାଳିନ୍ୟ ଦେଖା ଦେଇପାରେ ।ବ୍ଯବସାୟରେ ଲାଭ ପରିବର୍ତ୍ତେ କ୍ଷତି ହେବ ।ମହିଳାମାନେ ଅଶାନ୍ତି ରେ ଦିନ କାଟିବେ । ଶାରୀରିକ ଏବଂ ମାନସିକ ଅସୁସ୍ଥତା ଦେଖାଦେବ । ବରିଷ୍ଠ ଅଧିକାରୀମାନଙ୍କର ସହାଯ୍ଯ ସହଯୋଗ ମିଳିବ ପାଇବେ ନାହିଁ ।

ବିଛା

ଦୀର୍ଘ ଦିନର ଅଭିଳାଷ ପୁରଣ ହେବ ।ବ୍ଯବସାୟ ବାଣିଜ୍ୟ ପାଇଁ ଦିନଟି ଅନୁକୂଳ ରହିବ ।ଅଟକି ରହିଥିବା କାର୍ଯ୍ଯକୁ ସମ୍ପୁର୍ଣ୍ଣ କରିବେ ।ବିଦ୍ଯାର୍ଥୀ ମାନେ ବିଦ୍ଯାରେ କୃତିତ୍ବ ଅର୍ଜନ କରିବେ ।ମହିଳାମାନେ ନିଜ ପରିବାରରେ ପ୍ରଶଂସନୀୟା ହେବେ ।

ଧନୁ

ଶାରୀରିକ ଏବଂ ମାନସିକ ପାରିବାରିକ ସୁଖ ଆଉ ଆନନ୍ଦ ମିଳିବ । ସ୍ଵାସ୍ଥ୍ୟ ଆଜି ଭଲ ରହିବ। ପରିଜନମାନଙ୍କ ସହିତ ଯାତ୍ରାର ଆୟୋଜନ ହେବ। ମିତ୍ରମାନଙ୍କ ଏବଂ ସ୍ଵଜନମାନଙ୍କ ସହିତ ଆନନ୍ଦ ପୂର୍ବକ ସମୟ କଟିବ। ଘରର ସାଜସଜ୍ଜା ଏବଂ ମନୋରଞ୍ଜନର ସାଧନ କ୍ରୟ କରିବେ।

ମକର

ଆଜ ଦିନ ଭଲ ଅଛି, ମାନସିକ ଶାନ୍ତି ମିଳିବ । ପ୍ରତ୍ୟେକ ପ୍ରତିଯୋଗିତା ରେ ସଫଳତା ପାଇବେ ।ମହିଳାମାନେ କୌଣସି ସାଙ୍ଗଠନିକ କାର୍ଯ୍ୟରେ ପ୍ରଶଂସନୀୟ ହେବେ । ସ୍ଵାଦିଷ୍ଟ ଭୋଜନ ପ୍ରାପ୍ତି ହେବ ।

Divyatattva-Astrology-Free-Horoscopes-Psychic-Tarot-Yoga-.jpg

କୁମ୍ଭ

ଆଜି ସାଂସାରିକ ଜୀବନରେ ଭୁଲ୍ ବୁଝାମଣା ଦେଖାଦେବ । ଆଧ୍ୟାତ୍ମିକ ବିଷୟ ଆଡ଼କୁ ଆପଣ ମନୋନିବେଶ କରିବେ । ଶାରୀରିକ ପ୍ରଫୁଲ୍ଲତା ଏବଂ ମାନସିକ ପ୍ରସନ୍ନତା ରହିବ। ମଧ୍ୟାହ୍ନ ପରେ ଆପଣ ଧାର୍ମିକ କାର୍ଯ୍ୟଗୁଡ଼ିକ ପ୍ରତି ଆକର୍ଷିତ ହେବେ। ଗୃହସ୍ଥ ଜୀବନ ଶାନ୍ତିପୂର୍ଣ୍ଣ ରହିବ। ଧନ ଲାଭର ଯୋଗ ରହିଛି ।

ମୀନ

ଆଜି ବିଦ୍ୟାର୍ଥିମାନଙ୍କ ପାଇଁ ଦିନଟି ଅନୁକୂଳ ରହିବ । ପୂର୍ବର ସମସ୍ୟା ଦୂର ହେବ ଶାନ୍ତି ମିଳିବ ।ନୂତନ ବସ୍ତ୍ର ଆଭୂଷଣ ପ୍ରାପ୍ତିର ଯୋଗ ରହିଛି । ମଧ୍ୟାହ୍ନ ପରେ ପରିବାର ପାଇଁ ଚିନ୍ତିତ ହେବେ ।

ଜ୍ୟୋତିର୍ବିଦ ନିରଞ୍ଜନ ମହାପାତ୍ର  ( ମୋବାଇଲ: 9437225434 )

 

Leave A Reply

Your email address will not be published.