ବ୍ରହ୍ମପୁର: ବ୍ରହ୍ମପୁର ସହର ଉପକଣ୍ଠ ମାଣ୍ଡିଆପଲ୍ଲୀ ଗ୍ରାମରେ ମଙ୍ଗଳବାର ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୩ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୨ରୁ ଅଧିକ ଆହତ ହୋଇଛନ୍ତି । ମୃତକମାନେ ହେଲେ ବ୍ରହ୍ମପୁର ସହର ଲାଞ୍ଜିପଲ୍ଲୀ କେଶବ ନଗରର ସ୍ୱପ୍ନା ରେଡ଼ି(୨୨), ସଞ୍ଜୁ ରେଡ଼ି(୨୩) ଏବଂ ୧୨ ବର୍ଷର ଶିଶୁ ଭାରତୀ ରେଡ଼ି । ଆହତଙ୍କୁ ବ୍ରହ୍ମପୁର ଏମକେସିଜି ମେଡ଼ିକାଲରେ ଭର୍ତ୍ତି କରାଯାଇଛି ।
ମିଳିଥିବା ସୂଚନା ଅନୁଯାୟୀ, ମାଣ୍ଡିଆପଲ୍ଲୀ ଗ୍ରାମରେ ମଙ୍ଗଳବାର ରାତିରେ ଗୋଟିଏ ବିବାହ ଥିଲା । ଲାଞ୍ଜିପଲ୍ଲୀ ଗ୍ରାମରୁ କନ୍ୟାଯାତ୍ରୀମାନେ ମାଣ୍ଡିଆପଲ୍ଲୀରେ ପହଞ୍ଚିଥିଲେ । ସମସ୍ତେ ଗାଡ଼ିରୁ ଓହ୍ଲାଇ ରାସ୍ତା ଉପରେ ଠିଆ ହୋଇ ବର ପକ୍ଷର ଲୋକମାନଙ୍କୁ ଅପେକ୍ଷା କରିଥିଲେ । ଠିକ ଏହି ସମୟରେ ଏକ ସ୍କର୍ପିଓ ଦୃତ ଗତୀରେ ଯାଇ କନ୍ୟା ଯାତ୍ରୀଙ୍କ ଉପରେ ମାଡ଼ି ଯାଇଥିଲା । ତେବେ ସ୍ଥାନୀୟ ଲୋକମାନେ ସ୍କର୍ପିଓକୁ ଅଟକାଇଥିଲେ । ଚାଳକ ଜଣକ ପ୍ରଚୁର ମଦ୍ୟପାନ କରିଥିବା ବେଳେ ତାଙ୍କୁ ଅଟକ ରଖିଥିଲେ । ଅନ୍ୟପଟେ ଗୁରୁତରଙ୍କୁ ବ୍ରହ୍ମପୁର ଏମକେସିଜିକୁ ପଠାଯାଇଥିଲା । ହେଲେ ସେଠାରେ ୩ଜଣଙ୍କୁ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ । ଅନ୍ୟମାନଙ୍କ ଚିକିତ୍ସା ଚାଲିଛି । ଖବର ଲେଖା ହେବା ବେଳକୁ ଗୋପାଳପୁର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।
BREAKING NEWS
- ଋତୁସ୍ରାବଜନିତ ସ୍ୱାସ୍ଥ୍ୟ ଅଭିଯାନ; ୧୦ ହଜାରରୁ ଅଧିକ ମହିଳାଙ୍କୁ କିଟ୍ ଓ ସଚେତନତା ବାଣ୍ଟିଲା ଟିପିଏସ୍ଓଡିଏଲ୍
- ବିଜେଡିକୁ ଶକ୍ତ ଝଟ୍କା, ଇସ୍ତଫା ଦେଲେ ପୂର୍ବତନ ସାଂସଦ ରବୀନ୍ଦ୍ର ଜେନା
- ଅପରେସନ ସାଇବର କବଚ: ୩୪,୧୦୧ଟି ବେନାମୀ ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ, ୩୩୬ ଜଣ ଗିରଫ
- ଏଥର ଟି୨୦ରେ ବୁମରାହଙ୍କୁ କମ ଦେଖିବାକୁ ମିଳିବ
- ଟି୨୦ ବିଶ୍ୱକପ: ଭାଙ୍ଗିଲା ଏହି ସବୁ ରେକର୍ଡ
- ଗୁଜରାଟ ଟାଇଟାନ୍ସର ବ୍ୟାଟିଂ କୋଚ ହେଲେ ମାଥ୍ୟୁ ହେଡେନ
- Nyaya Sanhita Exhibition: ଆଉ ଦୁଇ ଦିନ ବଢିଲା ଭାରତୀୟ ନ୍ୟାୟ ସଂହିତା ପ୍ରଦର୍ଶନୀ
- ଭିତ୍ତିଭୂମି ନିର୍ମାଣରେ ଓଡ଼ିଶା ତୁଳନାରେ ଆଗୁଆ ଅଛି ଆନ୍ଧ୍ର: ବିଦ୍ୟୁତ ରିପୋର୍ଟ
- ରାଜ୍ୟରେ ଦାଦନ ଶ୍ରମିକ ବୃଦ୍ଧି, ବର୍ଷକରେ ବଢିଲେଣି ୨୨ ହଜାର ପ୍ରବାସୀ
- Youth Commits Suicide: ପୋଲିସର ନିର୍ଯାତନା ସହି ନପାରି ଯୁବକଙ୍କ ଆତ୍ମହତ୍ୟା
Comments are closed.