Latest Odisha News

BREAKING NEWS

ମଧୁମେହ ରୋଗୀ ଅମୃତଭଣ୍ଡା ଖାଇ ପାରିବେ କି ନାହିଁ ଆସନ୍ତୁ ଜାଣିବା….

ଅମୃତଭଣ୍ଡାରେ ଭରି ରହିଛି ଆଣ୍ଟି ଅକ୍ସିଡାଣ୍ଟ ଗୁଣ । ଏହା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ । ଅମୃତଭଣ୍ଡାରେ ଗ୍ଲାଇସେମିକ୍ ଇଣ୍ଡେକ୍ସ ୬୦ ରହିଛି । ଏହା ସୁଗର ବୃଦ୍ଧି ନ କରିବାରେ ସହାୟକ ହୋଇଥାଏ। ସବୁଠୁ ବଡ଼ କଥା ହେଉଛି ଅମୃତଭଣ୍ଡା ମଧୁମେହ ରୋଗୀ ଖାଇ ପାରିବେ ।

ଜଣେ ଡାଇବେଟିସ୍‌ ରୋଗୀ ଏହାକୁ ଖାଇଲେ ତାହା ନିଜ ଶରୀର ପାଇଁ ବେଶ୍‌ ଉପକାରୀ ସାବ୍ୟସ୍ତ ହୋଇଥାଏ । ଅମୃତଭଣ୍ଡାରେ ବହୁତ ପରିମାଣରେ ଭିଟାମିନ୍‌ ଓ ନ୍ୟୁଟ୍ରିଏଣ୍ଟ୍‌ସ ରହିଥାଏ । ତେଣୁ ଏହାକୁ ଖାଇବା ଦ୍ୱାରା ଡାଇବେଟିସ୍‌ ରୋଗୀକୁ ବହୁତ ଲାଭ ମିଳିଥାଏ । ବିଶେଷଜ୍ଞମାନେ ମଧୁମେହରେ ଅମୃତଭଣ୍ଡା ବ୍ୟବହାର କରିବାକୁ ପରାମର୍ଶ ଦେଇଛନ୍ତି । କାରଣ, ଏହା ମଧୁମେହରେ ଘଟୁଥିବା ଅନେକ ସମସ୍ୟାକୁ ରୋକିବାରେ ସାହାଯ୍ୟ କରିଥାଏ ।

ଅମୃତଭଣ୍ଡା ଖାଇବା ଦ୍ୱାରା ମଧୁମେହ ରୋଗୀଙ୍କ କୋଷ୍ଠକାଠିନ୍ୟ ସମସ୍ୟାକୁ ଦୂର କରିଥାଏ ଏବଂ ହଜମ ପ୍ରକ୍ରିୟାକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ । ଏହା ସହ ଅମୃତଭଣ୍ଡାରେ ଫାଇବର ଓ ଆଣ୍ଟିଅକ୍ସିଡେଣ୍ଟ ମଧ୍ୟ ରହିଥାଏ। ଯାହା ଶରୀରର କୋଷଗୁଡ଼ିକୁ ଖରାପ ହେବାରୁ ରକ୍ଷା କରିବା ସହ ହାର୍ଟକୁ ସୁସ୍ଥ ରଖିଥାଏ। ଅମୃତଭଣ୍ଡା ଖାଇଲେ ତାହାର ଭଲ ପ୍ରଭାବ କିଡ୍‌ନୀ ଉପରେ ପଡିଥାଏ। ହୃଦ୍‌ ଜନିତ ରୋଗୀ ଏହାକୁ ନିଜର ଖାଦ୍ୟ ତାଲିକାରେ ମଧ୍ୟ ସାମିଲ କରିପାରନ୍ତି । ଏହାକୁ ନିୟମିତ ଖାଇଲେ ତାହା ଆର୍ଥ୍ରାଇଟିସ ରୋଗରୁ ଉପଶମ ଦେଇଥାଏ।

ତେବେ ମଧୁମେହ ରୋଗୀ ସଠିକ ଉପାୟରେ ଅମୃତଭଣ୍ଡା ଖାଇବା ଦରକାର । ନଚେତ୍ ମଧୁମେହ ବଢିବାର ଏହା କାରଣ ହୋଇପାରେ । ଆମେରିକୀୟ ଡାଇବେଟିସ୍ ଆସୋସିଏସନଙ୍କ ମତ ଅନୁଯାୟୀ, ଯଦି ଆପଣ ଜଳଖିଆ ପରେ ଏବଂ ଦିନ ପ୍ରାୟ ୧୦ଟା ପରେ ଅମୃତଭଣ୍ଡା ଖାଆନ୍ତି, ତେବେ ଏହା ଆପଣଙ୍କ ପାଇଁ ଅଧିକ ଲାଭଦାୟକ ହେବ । ଏଥିସହ କମ୍‌ ପରିମାଣରେ ଖାଇବା ଉଚିତ୍‌ ନଚେତ୍‌ ଏହା ମଧୁମେହ ବୃଦ୍ଧିର କାରଣ ହେବ  ।

Leave A Reply

Your email address will not be published.