Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ସ୍ଵତନ୍ତ୍ର ଉପସ୍ଥାପନା

ଜୟ ଜଗନ୍ନାଥ ଓଁ ନମୋ ଭଗବତେ ବାସୁଦେବାୟ।

ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ, ଶ୍ରୀମନ୍ଦିର ନିର୍ମାଣ ଇତିହାସ ପର୍ଯ୍ୟାଲୋଚନା କରିବା ସମୟରେ ଆମେ ଜାଣିଲେ ବର୍ତ୍ତମାନ ପରିଦୃଶ୍ୟମାନ ମୂଖ୍ୟ ମନ୍ଦିରଟି ଓଡ଼ିଶାର ଗଙ୍ଗ ବଂଶର ଶ୍ରେଷ୍ଠ ମହାରାଜା ଅନନ୍ତ ବର୍ମନ ଚୋଡ଼ଗଙ୍ଗ ଦେବଙ୍କ ଦ୍ୱାରା ନିର୍ମାଣ କରାଯାଇଥିଲା। ତେବେ ଏଠାରେ ନିଶ୍ଚିତ ଭାବରେ ଭକ୍ତ ବା ଶ୍ରଦ୍ଧାଳୁମାନଙ୍କ ମନରେ ପ୍ରଶ୍ନ ଉଠିବ ଯେ ସେମାନେ ପଢିଥିବା ବା ଶୁଣିଥିବା ପୁରାଣ କଥା ଅନୁସାରେ ଅବନ୍ତୀର ରାଜା ଇନ୍ଦ୍ରଦ୍ୟୁମ୍ନ ନିର୍ମାଣ କରିଥିବା ମନ୍ଦିର ଗଲା କୁଆଡେ ? କାରଣ ସଂସ୍କୃତ ପୁରାଣମାନଙ୍କ ମଧ୍ୟରେ କେବଳ “ସ୍କନ୍ଦ ପୁରାଣ ” “ଶ୍ରୀପୁରୁଷୋତ୍ତମ କ୍ଷେତ୍ର ଓ ଶ୍ରୀ ପୁରୁଷୋତ୍ତମଙ୍କ ବିଷୟରେ ବିସ୍ତୃତ ବର୍ଣନା କରେ। ଏହାର ଉତ୍କଳ ଖଣ୍ଡ ବା “ଶ୍ରୀ ପୁରୁଷୋତ୍ତମ କ୍ଷେତ୍ର ମାହାତ୍ମ୍ୟ ” ଏହାର ପ୍ରକୃତ ଉଦାହରଣ ଅଟେ। ବିଭିନ୍ନ ଗବେଷକଙ୍କ ଉକ୍ତିକୁ ବିଚାର ଆଲୋଚନା କଲେ ଜଣାଯାଏ ଯେ ପ୍ରାୟ ଖ୍ରୀଷ୍ଟାବ୍ଦ ୮୦୦ ରୁ ୧୩୦୦ ମଧ୍ୟରେ ଏହି ପୁରାଣ ରଚିତ ହୋଇଛି । କିନ୍ତୁ ମହର୍ଷି ବ୍ୟାସ ଦେବ “ସ୍କନ୍ଦ ପୁରାଣ “ରଚୟିତା ଭାବରେ ସ୍ୱୀକୃତ ଏହାକୁ ଗ୍ରହଣ କଲେ ସ୍କନ୍ଦ ପୁରାଣ ର ଉତ୍କଳ ଖଣ୍ଡ ଏକ ସମୟରେ ରଚିତ ନହୋଇ ଅନେକ ବର୍ଷ ପରେ ରଚିତ ହୋଇଥିବାର ଅନୁମାନ କରାଯାଏ ! ତେବେ କଣ ଏହାର ବିଷୟ ବସ୍ତୁ?

ଆସନ୍ତୁ ଜାଣିବା ଅତ୍ୟନ୍ତ ସଂକ୍ଷେପରେ ଉକ୍ତ ଉତ୍କଳ ଖଣ୍ଡ, ଅବା ଶ୍ରୀ ପୁରୁଷୋତ୍ତମ କ୍ଷେତ୍ର ମାହାତ୍ମ୍ୟରେ ବର୍ଣ୍ଣିତ ବିଷୟ ସତ୍ୟ ଯୁଗରେ ସୂର୍ଯ୍ୟ ବଂଶରେ ଇନ୍ଦ୍ରଦ୍ୟୁମ୍ନ ନାମକ ଜଣେ ଅତି ଧାର୍ମିକ ରାଜା ଥିଲେ, ସେ କେବଳ ଧାର୍ମିକ ନଥିଲେ ପରଂବ୍ରହ୍ମଙ୍କ ବିଷୟରେ ଜାଣିବା ପାଇଁ ଥିଲେପ୍ରବଳ ଆଗ୍ରହୀ, ତେଣୁ ନିଜର ଦେବାର୍ଚ୍ଚନା ଗୃହରେ ସମବେତ ସାଧୁ ସନ୍ଥ ମାନଙ୍କୁ ସେ ଏକ ପ୍ରଶ୍ନ ଥରେ ପଚାରି ଥିଲେ “ଯତ୍ର ସାକ୍ଷାଜ୍ଜଗନ୍ନାଥଂ ପଶ୍ୟାମେତ୍ୟେନ ଚକ୍ଷୁସା “ଅର୍ଥାତ ସେହି ଉତ୍ତମ କ୍ଷେତ୍ର ଯେଉଁ ଠାରେ ସାକ୍ଷାତ ଜଗନ୍ନାଥ ଙ୍କୁ ଚର୍ମ ଚକ୍ଷୁରେ ଦର୍ଶନ କରି ହେବ ? ଏହି ପ୍ରଶ୍ନର ଉତ୍ତର କଣ ମିଳିଲା ତାହା ଜାଣିବା ଆଗାମୀ ଅଧ୍ୟାୟମାନଙ୍କରେ ବର୍ତ୍ତମାନ କରିବା ଆରାଧନା ଓ ପାର୍ଥନା ।

“ନମସ୍ତେ କମଳାକାନ୍ତ ନମସ୍ତେ କମଳାନନ, ନମଃ କମଳପତ୍ରlକ୍ଷ୍ତ୍ରା ହି ମାଂ ପୁରୁଷୋତ୍ତମ “ଜୟ ଜଗନ୍ନାଥ।”

(ଦ. ତ୍ରି. ଉବାଚ )

Leave A Reply

Your email address will not be published.