Latest Odisha News

BREAKING NEWS

ମନରେଗାରେ ଦୁର୍ନୀତି ଅଭିଯୋଗ, ନିଲମ୍ବିତ ହେଲେ ୩ ଯନ୍ତ୍ରୀ

ବାରିପଦା: ମୟୂରଭଞ୍ଜ ଜିଲ୍ଲା ଯଶିପୁର ବ୍ଲକରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତିରେ ୩ କୋଟି ୨୧ ଲକ୍ଷ ଟଙ୍କାର ଦୁର୍ନୀତି ଅଭିଯୋଗରେ ୩ ଜଣ ଯନ୍ତ୍ରୀଙ୍କୁ ନିଲମ୍ବିତ କରାଯାଇଛି।

୨୦୨୦ରେ ଯେଉଁ ଯନ୍ତ୍ରୀଙ୍କ ଦ୍ବାରା ଏହି ଦୁର୍ନୀତି ହୋଇଥିଲା ସେମାନେ ହେଲେ ଯଶିପୁର ବ୍ଲକର ତତ୍କାଳୀନ ସହକାରୀ ନିର୍ବାହୀ ଯନ୍ତ୍ରୀ ରାଜେନ୍ଦ୍ର ପାତ୍ର ଓ କନିଷ୍ଠ ଯନ୍ତ୍ରୀ ସମୀର କବି ଓ ଦିବ୍ୟ ଲୋଚନ ନାୟକ।

୨୦୨୦ ମସିହାରେ ଯଶିପୁର ବ୍ଲକ ଅନ୍ତର୍ଗତ ପୋଡ଼ାଗଡ଼, ବରେହିପାଣି, ଅଷ୍ଟକୁମାର, ଗୁରୁଗୁଡିଆ ଓ ଧଳବାଣୀ ପଞ୍ଚାୟତରେ ମନରେଗା ଅର୍ଥରେ କୌଣସି ଉନ୍ନୟନମୂଳକ କାର୍ଯ୍ୟ ନକରି ଟଙ୍କା ହଡ଼ପ ହୋଇଥିବା ଅଭିଯୋଗ ହୋଇଥିଲା। ଏ ସଂକ୍ରାନ୍ତରେ ଜଶିପୁର ବ୍ଲକର ତତ୍କାଳୀନ ବିଡିଓ ଅନୁପମା ଘୋଷ ଜଶିପୁର ଥାନାରେ ୨୫ ଜଣଙ୍କ ବିରୋଧରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ଜଶିପୁର ପୁଲିସ ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ବାକି ଅଭିଯୁକ୍ତମାନେ ଫେରାର ଥିଲେ।

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ତଦନ୍ତ କରି ଏପ୍ରିଲ ୨୦ତାରିଖରେ ଅଭିଯୁକ୍ତ ଇଡି ନିକଟରେ ହାଜର ହେବା ପରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଥିଲା।

Leave A Reply

Your email address will not be published.