Latest Odisha News

BREAKING NEWS

ଦେଶର ଏକାଧିକ ବିମାନବନ୍ଦରକୁ ବିସ୍ଫୋରଣରେ ଉଡାଇ ଦେବାକୁ ଧମକ, ବଢିଲା ସୁରକ୍ଷା ବ୍ୟବସ୍ଥା

ନୂଆଦିଲ୍ଲୀ: ନିର୍ବାଚନ ସମୟରେ ଦେଶର ଏକାଧିକ ବିମାନବନ୍ଦରକୁ ବିସ୍ଫୋରଣରେ ଣଉଡାଇ ଦେବାକୁ ଧମକ । ଜୟପୁର, ନାଗପୁର, ଗୋଆ ସମେତ ଦେଶର ଅନେକ ବିମାନବନ୍ଦରକୁ ବିସ୍ଫୋରଣରେ ଉଡ଼ାଇଦେବାକୁ ଆଜି ଏକ ଇ-ମେଲ୍ ଯୋଗେ ଏହି ଧମକ ମିଳିଛି । ଏନେଇ ନାଗପୁର ବିମାନବନ୍ଦର କର୍ତ୍ତୃପକ୍ଷ ଏହି ସୂଚନା ଦେଇଛନ୍ତି ।

ସୂଚନା ମୁତାବକ, ଆଜି ସକାଳ ପ୍ରାୟ ୧୦ଟା ସମୟରେ ଏହି ଧମକପୂର୍ଣ୍ଣ ଇ-ମେଲ ମିଳିଛି । ଏହି ଇ-ମେଲ୍‌ ବିମାନବନ୍ଦର ନିର୍ଦେଶକ ଆବିଦ ରୁଇଙ୍କ ମେଲ୍‌ ଆଇଡିକୁ ଆସିଥିବା ଜଣାପଡ଼ିଛି । ଧମକପୂର୍ଣ୍ଣ ଇ-ମେଲ୍‌ ମିଳିବା ପରେ ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ପକ୍ଷରୁ ନାଗପୁରର ସୋନେଗାଓଁ ଥାନାରେ ଅଭିଯୋଗ ହୋଇଛି ।

ଏହାପରେ ସମସ୍ତ ବିମାନବନ୍ଦର ଗୁଡ଼ିକର ସୁରକ୍ଷାକୁ ବଢାଇ ଦିଆଯାଇଛି । ଅନ୍ୟପଟେ ଏହି ଇ-ମେଲ ନକଲି ବୋଲି ପୋଲିସ ସନ୍ଦେହ କରୁଥିବାବେଳେ, ଏହାକୁ ପଠାଇଥିବା ବ୍ୟକ୍ତି ଙ୍କୁ ଖୋଜିବା ଆରମ୍ଭ କରିଦେଇଛି ପୋଲିସ ।

ଏହା ପୂର୍ବରୁ ପଶ୍ଚିମବଙ୍ଗର କୋଲକାତା ବିମାନବନ୍ଦରକୁ ବୋମା ପକାଇ ଉଡେଇଦେବାକୁ ମିଳିଥିଲା ଧମକ । ଯେଉଁଥିରେ ବିମାନବନ୍ଦର ପରିସରର ବିଭିନ୍ନ ସ୍ଥାନରେ ବୋମା ଲଗାଯାଇଥିବା ଦାବି କରାଯାଇଥିଲା । ପରେ ଏହି ଇମେଲଟି ମିଥ୍ୟା ବୋଲି ଜଣାପଡିଥିଲା ।

Leave A Reply

Your email address will not be published.