Latest Odisha News

BREAKING NEWS

ଫିଫା ବିଶ୍ୱକପ : ଫାଇନାଲ ପୂର୍ବରୁ ଫ୍ରାନ୍ସର ୩ ଖେଳାଳି ଅସୁସ୍ଥ

ଦୋହା: ଆର୍ଜେଂଟିନା ବିପକ୍ଷ ଫିଫା ବିଶ୍ୱକପ ଫାଇନାଲ ପୂର୍ବରୁ ଫ୍ରାନ୍ସ ଟିମ ଏବେ ଚିନ୍ତାରେ । ଦଳର ୩ଜଣ ଖେଳାଳି ଅସୁସ୍ଥ ଅଛନ୍ତି । ରାଫେଳ ୱାରେନ, ଇବ୍ରାହିମ କାଂଟେ ଓ କିଙ୍ଗସଲେ କୋମନ ଭାଇରାଲ ଫିଭରରେ ଆକ୍ରାନ୍ତ ହୋଇଛନ୍ତି । ପୂର୍ବରୁ ଆଉ ୨ଜଣ ଏଥିରେ ଆକ୍ରାନ୍ତ ହୋଇଥିଲେ । କତାରରେ ଗରମ ଅଧିକ ହେଉଥିବାରୁ ଷ୍ଟାଡିୟମରେ ଏସି ଲଗାଯାଇଛି । ଏହାର ପ୍ରଭାବରେ ଖେଳାଳିମାନେ ଅସୁସ୍ଥ ହେଉଥିବା ଫ୍ରାନ୍ସ ପକ୍ଷରୁ କୁହାଯାଇଛି । ଫ୍ରାନ୍ସର ଷ୍ଟାର ଖେଳାଳି କରୀମ ବେଞ୍ଜାମା, ଏନଗୋଲା କାଂଟେ ଓ ପଲ ପୋଗମ୍ବା ବିଶ୍ୱକପ ପୂର୍ବରୁ ଆଘାତ ସମସ୍ୟା ଯୋଗୁ ଓହରି ଯାଇଥିଲେ ।

ଏହା ସତ୍ୱେ ଫ୍ରାନ୍ସ ଚମତ୍କାର ପ୍ରଦର୍ଶନ କରି ଫାଇନାଲରେ ପ୍ରବେଶ କରିପାରିଛି । ଅପରପକ୍ଷରେ ଆର୍ଜେଂଟିନାର ମହାନ ଖେଳାଳି ଲିଓନେଲ ମେସୀ ଅଭ୍ୟାସ ସେଶନ ନ ଆସିବା ପ୍ରଶଂସକଙ୍କୁ ଚିନ୍ତାରେ ପକାଇ ଦେଇଛି । ସେ ମାଂସପେଶୀଜନିତ ସମସ୍ୟାରେ ପଡିଥିଲେ ମଧ୍ୟ ଫାଇନାଲରେ ଖେଳିବେ ବୋଲି ଟିମ ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.