Latest Odisha News

ଟିକା ନେଲା ପରେ ୧୦୦ ତମ ଜନ୍ମଦିନ ପାଳିଲେ ତିନି ବନ୍ଧୁ

ନୂଆଦିଲ୍ଲୀ: ଟିକା ନେଲା ପରେ ୧୦୦ ତମ ଜନ୍ମଦିନ ପାଳିଲେ ତିନି ବନ୍ଧୁ। ଏହି ତିନି ଅନ୍ତରଙ୍ଗ ବନ୍ଧୁ ଏକ ସପ୍ତାହ ବ୍ୟବଧାନରେ ୧୦୦ ବର୍ଷରେ ପଦାର୍ପଣ କରିଛନ୍ତି। ମାନହଟାନର ପଶ୍ଚିମାଞ୍ଚଳରେ ଥିବା ଆଟ୍ରିଆ ସିନିୟର ଲିଭିଙ୍ଗ ସମ୍ପ୍ରଦାୟରେ ଏହି ତିନି ବନ୍ଧୁ ସେମାନଙ୍କ ଏହି ବିଶେଷ ଦିନଟିକୁ ବେଶ୍‌ ଧୁମ୍‌ଧାମ୍‌ରେ ପାଳନ କରିଛନ୍ତି। କରୋନା ଟିକା ନେବା ପରେ ବେଶ୍‌ ଆନନ୍ଦିତ ହୋଇ ନିଜ ଜଦ୍ମଦିନକୁ ଏକାଠି ପାଳନ କରିଥିଲେ ଏହି ତିନି ବନ୍ଧୁ।

ଦୀର୍ଘଦିନର ଅପେକ୍ଷା ପରେ ଏହି ବିଶେଷ ମୁହୂର୍ତ୍ତଟି ଆସିଥିଲା। ଏମାନେ ଏବେ ସମ୍ପୂର୍ଣ୍ଣ ଟିକାକୃତ। ନିଜ ପରିବାର ଏବଂ ଘନିଷ୍ଠ ବନ୍ଧୁଙ୍କ ଗହଣରେ ସେମାନେ ବାର୍ଥ ଡେ ପାର୍ଟି ସେଲିବ୍ରେଟ୍‌ କରିଥିଲେ। ଏହି ତିନି ବନ୍ଧୁ ହେଉଛନ୍ତି ରୁଥ୍‌, ମସ୍କୌ ଏବଂ ଲୋରେନ୍‌।

ଲୋରେନ୍‌ କହିଛନ୍ତି ଟିକା ନେଲା ପରେ ଆମକୁ ନୁଣି ଥରେ ଜୀବିତ ଥିବା ଭଳି ଲାଗୁଛି।”

ରୁଥଙ୍କ ପାଇଁ ଏହା ପ୍ରକୃତରେ ଏକ ଭାବପ୍ରବଣ ମୁହୂର୍ତ୍ତ ଥିଲା ଯେହେତୁ ସେ ତାଙ୍କର ୨ ବର୍ଷର ନାତି ନାତୁଣୀଙ୍କୁ ପ୍ରଥମ ଥର ପାଇଁ କାଲିଫର୍ଣ୍ଣିଆରେ ତାଙ୍କ ପୁଅଙ୍କୁ ଭେଟିଥିଲ। ଯାହାକୁ ସେ ଦୁଇ ବର୍ଷ ପୂର୍ବେ ଶେଷଥର ଦେଖିଥିଲେ।

Comments are closed.