Latest Odisha News

BREAKING NEWS

ବନ୍ଦ ହେଲା ହୀରାକୁଦ ଡ୍ୟାମର ୩ଟି ଗେଟ୍‌

ଭୁବନେଶ୍ୱର: ହୀରାକୁଦ ଜଳଭଣ୍ଡାରର ବନ୍ଦ ହେଲା ୩ଟି ଗେଟ୍ । ଏବେ ୪୩ଟି ଗେଟ୍ ଦେଇ ଜଳ ନିଷ୍କାସନ ହେଉଛି । ତେବେ ହୀରାକୁଦର ସ୍ଥିତିରେ ସାମାନ୍ୟ ସୁଧାର ଆସିଛି । ଡ୍ୟାମକୁ ଜଳ ପ୍ରବେଶ କମିଛି। ଏବେ ଡ୍ୟାମକୁ ୬ଲକ୍ଷ ୮୮ ହଜାର ୮୬୩ କ୍ୟୁସେକ ଜଳ ପ୍ରବେଶ କରୁଛି। ସେହିପରି ଡ୍ୟାମରୁ ୭ଲକ୍ଷ ୬୫ ହଜାର ୦୯୮ କ୍ୟୁସେକ ଜଳ ନିଷ୍କାସନ ହେଉଛି।

ହୀରାକୁଦର ଜଳଧାରଣ କ୍ଷମତା ୬୩୦ ଫୁଟ ଥିବା ବେଳେ ଏବେ ଜଳ ପତ୍ତନ ୬୨୭.୯୩ ଫୁଟ ରହିଛି । ଅପରାହ୍ନ ୫ଟା ସୁଦ୍ଧା ମୁଣ୍ଡଳିରେ ଜଳ ପ୍ରବାହ ୧୦ ଲକ୍ଷ ୨ ହଜାର ୮୨୩ କ୍ୟୁସେକ ରହିଛି ।

ସେପଟେ ଏସ୍‌ଆର୍‌ସି କହିଛନ୍ତି, ମୁଣ୍ଡଳିରେ ୧୦ ଲକ୍ଷ କ୍ୟୁସେକ୍‌ରୁ ଜଳ ଅଧିକ ବଢ଼ିବନି । କାଳି ସକାଳ ଯାଏଁ ଏହା ବଳବତ୍ତର ରହିବ । କାଳି ସକାଳ ପରେ ମୁଣ୍ଡଳିରେ ଜଳ ପ୍ରବାହ ଧୀରେ ଧୀରେ କମିବ ।

Comments are closed.