Latest Odisha News

ବନ୍ଦ ହେଲା ହୀରାକୁଦ ଜଳଭଣ୍ଡାରର ୩ ଟି ଗେଟ୍

ହୀରାକୁଦ: ହୀରାକୁଦ ଜଳଭଣ୍ଡାରର ୩ଟି ଗେଟକୁ ସୋମବାର ଦିନ ବନ୍ଦ କରାଯାଇଛି। ପୂର୍ବରୁ ହୀରାକୁଦରୁ ୧୫ ଗେଟ୍‌ ଦେଇ ଜଳ ନିଷ୍କାସିତ ହେଉଥିବାବେଳେ ବର୍ତ୍ତମାନ ୩ ଟି ଗେଟକୁ ବନ୍ଦ କରାଯାଇ ୧୨ ଗେଟ୍‌ ଖୋଲା ରହିଛି।

ସେଗୁଡ଼ିକ ମଧ୍ୟରୁ ହୀରାକୁଦର ବାମପାର୍ଶ୍ଵରେ ୮ଟି ଏବଂ ଦକ୍ଷିଣ ପାର୍ଶ୍ଵରେ ୪ଟି ଗେଟ୍‌ ଖୋଲା ଅଛି। ଏବେ ଜଳଭଣ୍ଡାରରେ ଜଳସ୍ତର ୬୦୮.୫୬ ଫୁଟ୍‌ ରହିଛି। ଜଳଭଣ୍ଡାର ମଧ୍ୟକୁ ୬୬ ହଜାର ୫୯୪ କ୍ୟୁସେକ୍‌ ଜଳ ପ୍ରବେଶ କରୁଥିବାବେଳେ ୨ ଲକ୍ଷ ୩୯ ହଜାର ୩୯୦ କ୍ୟୁସେକ୍‌ ଜଳ ନିଷ୍କାସିତ ହେଉଛି।

Comments are closed.