Latest Odisha News

BREAKING NEWS

ଜମ୍ମୁ-କଶ୍ମୀର, ଉତରାଖଣ୍ଡ ସଡକ ନିର୍ମାଣ ପାଇଁ ୧୬୯୧ କୋଟି ଟଙ୍କା ମଂଜୁର କଲା ସରକାର

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀର ଏବଂ ଉତ୍ତରାଖଣ୍ଡରେ ରାଜପଥ ପ୍ରକଳ୍ପ ପାଇଁ କେନ୍ଦ୍ର ସରକାର ୧,୬୯୧ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ସୀମା ସଡ଼କ ସଂଗଠନ (ବିଆର୍‌ଓ) ଦ୍ୱାରା ଏହି ରାଜପଥ କାର୍ଯ୍ୟ କରାଯାଉଛି । ଏଥିମଧ୍ୟରୁ ୧,୩୫୧.୧୦ କୋଟି ଟଙ୍କା ଜମ୍ମୁ-କାଶ୍ମୀରର ବିଆର୍‌ଓ ପାଇଁ ଉଦ୍ଦିଷ୍ଟ ଥିବା ବେଳେ ଉତ୍ତରାଖଣ୍ଡ ଲାଗି ୩୪୦ କୋଟି ଟଙ୍କାର ପ୍ରକଳ୍ପ ସାମିଲ ରହିଛି । ସଡ଼କ ପରିବହନ ଓ ରାଜପଥ ମନ୍ତ୍ରାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

ଏହାବ୍ୟତୀତ ଜମ୍ମୁ-କାଶ୍ମୀର, ଲଦାଖ, ସିକିମ ଏବଂ ତାମିଲନାଡୁର ରାଜପଥ କାର୍ଯ୍ୟ ପାଇଁ ଅତିରିକ୍ତ ୭୧ କୋଟି ଟଙ୍କା ମଞ୍ଜୁର କରାଯାଇଛି । ସେତିକି ନୁହେଁ, ଆଦିବାସୀ ସବ୍‌ପ୍ଲାନ୍ (ଟିଏସ୍‌ପି) ନିମନ୍ତେ ରାଜପଥ କାର‌୍ୟ୍ୟ ପାଇଁ ମୋଟ ବ୍ୟୟବରାଦ ୧,୦୮୧ କୋଟି ଟଙ୍କାରୁ ୧,୯୫୫ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି ।

Leave A Reply

Your email address will not be published.