Latest Odisha News

BREAKING NEWS

ଚଳନ୍ତା କାରରେ ବିଧବାଙ୍କୁ ଦୁଷ୍କର୍ମ ମାମଲା, ୩ ଜଣଙ୍କୁ ୨୦ ବର୍ଷ ଲେଖାଏ ଜେଲ୍

ସୁନ୍ଦରଗଡ଼: ୮ ବର୍ଷ ତଳର ଏକ ଦୁଷ୍କର୍ମ ମାମଲାରେ ସୁନ୍ଦରଗଡ଼ର କୋର୍ଟ ରାୟ ଶୁଣାଇଛନ୍ତି । ୩ ଅଭିଯୁକ୍ତଙ୍କୁ କୋର୍ଟ ୨୦ ବର୍ଷ ଲେଖାଏ ଜେଲ୍ ଦଣ୍ଡାଦେଶ ଦେଇଛନ୍ତି । ଚଳନ୍ତା କାରରେ ବିଧବା ମହିଳାଙ୍କୁ ଦୁଷ୍କର୍ମ ମାମଲାରେ କୋର୍ଟ ଜେଲ୍ ଦଣ୍ଡାଦେଶ ଶୁଣାଇବା ସହ ଅଭିଯୁକ୍ତଙ୍କୁ ୫ ହଜାର ଲେଖାଏ ଜରିମାନା କରିଛନ୍ତି ।

୩ ଅଭିଯୁକ୍ତ ସୋନୁ ସୋଇ, ଇନ୍ଦ୍ରୁ କେରକେଟା ଓ ପ୍ରଭୀଣ ବାର୍ଲାଙ୍କୁ ୨୦ ବର୍ଷ ଲେଖାଏ ଜେଲ୍ ହୋଇଛି । ଜରିମାନା ଅନାଦେୟ ରହିଲେ ଅଭିଯୁକ୍ତ ଆଉ ୨ ମାସ ଅଧିକ ଜେଲ୍ ଦଣ୍ଡ ଭୋଗିବାକୁ ନିର୍ଦ୍ଦେଶ ଦେଇଛନ୍ତି ଅଦାଲତ ।

୨୦୧୫ ନଭେମ୍ବର ୨୯ରେ ବିଧବା ଜଣଙ୍କ ରାଜଗାଙ୍ଗପୁରର ସମ୍ପର୍କୀୟଙ୍କ ଘରୁ ଫେରୁଥିଲେ । ତାଙ୍କ ଘର ନିକଟରେ ରହୁଥିବା ଏହି ୩ ଅଭିଯୁକ୍ତ ମହିଳାଙ୍କୁ ଲିଫ୍ଟ ଦେବେ ବୋଲି କହିଥିଲେ । ଆଉ ମହିଳା କାରରେ ବସିବା କ୍ଷଣି ଆରମ୍ଭ ହୋଇ ଯାଇଥିଲା ଗଣଦୁଷ୍କର୍ମ । ଚଳନ୍ତା କାରରେ ଦୁଷ୍କର୍ମ ପରେ ମହିଳା ଜଣଙ୍କୁ ଅଭିଯୁକ୍ତ ଛାଡ଼ି ଦେଇଥିଲେ । ୨୧ ଜଣଙ୍କ ସାକ୍ଷ୍ୟ ପ୍ରମାଣ ଓ ଟ୍ରାଏଲକୁ ଭିତ୍ତି କରି କୋର୍ଟ ସଜ୍ଜା ଶୁଣାଇଛନ୍ତି ।

Leave A Reply

Your email address will not be published.