Latest Odisha News

ମୋଦିଙ୍କୁ ଭେଟିଲେ, ଆଗାମୀ ନିର୍ବାଚନ ଏକାକୀ ଲଢିବୁ ବୋଲି କହିଲେ ନବୀନ

ନୂଆଦିଲ୍ଲୀ: ପ୍ରତୀକ୍ଷାର ଅନ୍ତ ହେଲା କିନ୍ତୁ ସଂଶୟ ଦୂର ହେଲାନି ।  ମୋଦିଙ୍କୁ ଭେଟିଲେ ନବୀନ । କିନ୍ତୁି ତୃତୀୟ ସାମ୍ମୁଖ୍ୟ ନେଇ କିଛି କହିଲେନି । ଆଜି ନୂଆ ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟି ନିଜ ପ୍ରତିକ୍ରିୟାରେ ଅନେକ କିଛି କହିଥିଲେ ହେଁ ତୃତୀୟ ସାମ୍ମୁଖ୍ୟକୁ ନେଇ ଥିବା ଦ୍ୱନ୍ଦ୍ୱ ଦୂର କରି ନାହାନ୍ତି  ।

ନୂଆଦିଲ୍ଲୀରେ ମୋଦିଙ୍କୁ ଭେଟିବା ପରେ ପ୍ରତିକ୍ରିୟା ରଖି ନବୀନ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ସହ ଆଜି ହୋଇଥିବା ସାକ୍ଷାତରେ  କୌଣସି ରାଜନୈତିକ ଆଲୋଚନା ହୋଇନି । କେବଳ ଓଡ଼ିଶାର ଦାବି ସମ୍ପର୍କରେ ଆଲୋଚନା ହୋଇଥିଲା । ଆଗାମୀ ନିର୍ବାଚନରେ ଏକାକୀ ଲଢ଼ିବେ କି ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ କହିଥିଲେ, ବିଜେଡିର ସବୁବେଳେ ଗୋଟିଏ ମୁଖ୍ୟ ନୀତି ରହିଆସିଛି  । ତେଣୁ ନିର୍ବାଚନ ଏକାକୀ ଲଢିବୁ ।

ଏପରିକି ତୃତୀୟ ସାମ୍ମୁଖ୍ୟ ପ୍ରସଙ୍ଗରେ  ବି ଆଲୋଚନା ହୋଇ ନ ଥିବା କହିଥିଲେ ନବୀନ । ତେବେ ତୃତୀୟ ସାମ୍ମୁଖରେ ସେ ନ ଥିବା ସ୍ପଷ୍ଟ କରିଥିଲେ । ଅନ୍ୟପକ୍ଷେ ପୁରୀ ଇଣ୍ଟରନ୍ୟାସନାଲ ଏୟାରପୋର୍ଟ ନେଇ ଆଲୋଚନା ହୋଇଛି  । ଭୁବନେଶ୍ୱର ଏୟାରପୋର୍ଟ ଟ୍ରାଫିକ ଅଧିକ ହୋଇଗଲାଣି । ସେଥିପାଇଁ ଶ୍ରୀଜଗନ୍ନାଥ ଏୟାରପୋର୍ଟ ପାଇଁ କହିଥିଲି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଏୟାରପୋର୍ଟ ପାଚେରୀ ତିଆରି ପାଇଁ ଜମି ଚିହ୍ନଟ ସରିଯାଇଛି  । ତେବେ ଏଥିପାଇଁ ପ୍ରଧାନମନ୍ତ୍ରୀ ଏନେଇ ସହଯୋଗ କରିବେ ବୋଲି ସେ ଆଶା ରଖିଥିବା ଗଣମାଧ୍ୟମ ପ୍ରତିନିଧିଙ୍କୁ କହିଛନ୍ତି ।

 

 

Leave A Reply

Your email address will not be published.