Latest Odisha News

BREAKING NEWS

ଆତ୍ମସମର୍ପଣ କଲେ ୩ ହାର୍ଡକୋର ମାଓବାଦୀ; ଜଣେ ଦୁର୍ଦ୍ଦାନ୍ତ ମାଓବାଦୀ ନିହତ

କନ୍ଧମାଳ: କନ୍ଧମାଳ ପୋଲିସକୁ ବଡ ସଫଳତା । ସୋମବାର ଦୁଇ ମହିଳା କ୍ୟାଡରଙ୍କ ସମେତ ତିନି ଜଣ ହାର୍ଡକୋର ମାଓବାଦୀ ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି । କନ୍ଧମାଳ ଜିଲ୍ଲା ପୋଲିସ ମୁଖ୍ୟାଳୟରେ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ଦକ୍ଷିଣାଞ୍ଚଳ ଆଇଜି ନିତି ଶେଖର ।

ଆତ୍ମସମର୍ପଣ କରିଥିବା ମାଓବାଦୀମାନେ ହେଲେ ୨୦୦୯ରୁ ମାଓ ସଙ୍ଗଠନରେ ସାମିଲ ହୋଇଥିବା ବିଜିଏନ ସଙ୍ଗଠନ ଡିଭିଜନାଲ କମିଟି ମେମ୍ବର ମାଦେ ବେତି ଓରଫ ଚମ୍ପା, ୨୦୧୬ରେ କେକେବିଏନ ସଙ୍ଗଠନର ଏରିଆ କମିଟି ମେମ୍ବର ରାଜୁ ଦୋଡି ଓରଫ ଅଜୟ ଏବଂ ୨୦୧୧ରେ ସାମିଲ ହୋଇଥିବା ଆଡମୋ ମାଧବୀ ଓରଫ ମଞ୍ଜୁ । ଏମାନେ ସମସ୍ତେ ଛତିଶଗଡ଼ କ୍ୟାଡରର ଏବଂ କଳାହାଣ୍ଡି, କନ୍ଧମାଳ ଓ ବୌଦ୍ଧ ଜିଲ୍ଲାରେ ସକ୍ରିୟ ଥିଲେ । ଲାଲବାହିନୀର ଝାଡଖଣ୍ଡ- ଛତିଶଗଡ଼ କରିଡରକୁ ପୁନଃ ସକ୍ରିୟ କରିବା ଦିଗରେ ଏମାନେ କାମ କରୁଥିଲେ ।

ସେହିପରି, ଅନ୍ୟପଟେ ଆଜି ଦୁର୍ଦ୍ଦାନ୍ତ ମାଓବାଦୀ ସୋଡ଼ି କନ୍ନା ଓରଫ ପଦନାମ ନିହତ ହୋଇଛି । ଛତିଶଗଡ଼ ସ୍ଥିତ ବିଜାପୁର ନ୍ୟାଶନାଲ ପାର୍କ ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ ଗୁଳିରେ ନିହତ ହୋଇଛି । ପିଏଲ୍‌ଜିଏ ବାଟାଲିଅନ ନଂ-୧ର ଡେପୁଟି କମାଣ୍ଡର ଥିଲେ । ସୋଡ଼ି କନ୍ନାଙ୍କୁ ଧରାଇଦେବାକୁ ୮ ଲକ୍ଷ ପୁରସ୍କାର ଘୋଷଣା ହୋଇଥିଲା । ଘଟଣାସ୍ଥଳରୁ ଗୋଟିଏ ବନ୍ଧୁକ ସହ ବହୁ ମାଓବାଦୀ ସାମଗ୍ରୀ ଜବତ ହୋଇଛି ।

Comments are closed.