Latest Odisha News

BREAKING NEWS

ହକି ଖେଳାଳିଙ୍କୁ ଗଣଦୁଷ୍କର୍ମ ଅଭିଯୋଗରେ ୩ ପ୍ରଶିକ୍ଷକ ଗିରଫ

ଯାଜପୁର: ଯାଜପୁର ଜିଲ୍ଲାରେ ଜଣେ ନାବାଳିକା ଖେଳାଳିଙ୍କ ସହ ଗଣଦୁଷ୍କର୍ମ ଅଭିଯୋଗରେ ମଙ୍ଗଳବାର ଦିନ ତିନି ଜଣ ହକି ପ୍ରଶିକ୍ଷକଙ୍କୁ ଗିରଫ କରାଯାଇଛି।

ତିନି ଜଣ ପ୍ରଶିକ୍ଷକ ହେଲେ ସାର୍ଥକ ମହାନ୍ତି, ସନ୍ଦୀପ ସ୍ୱାଇଁ ଏବଂ ସାଗର ନାୟକ। ସମସ୍ତେ ଯାଜପୁର ଟାଉନରେ ଥିବା ଓଡ଼ିଶା ନାଭାଲ ଟାଟା ହକି ତାଲିମ କେନ୍ଦ୍ରରେ ନିଯୁକ୍ତି ପାଇଛନ୍ତି।

ପ୍ରାଥମିକ ତଦନ୍ତ ପରେ ସେମାନଙ୍କୁ ଗିରଫ କରାଯାଇଛି ବୋଲି ଯାଜପୁର ଟାଉନ ଥାନାର ଇନ୍ସପେକ୍ଟର ଶରତ ପାତ୍ର କହିଛନ୍ତି।ପ୍ରାଥମିକ ତଦନ୍ତ ସମୟରେ ପୋଲିସ ସେମାନଙ୍କ ବିରୋଧରେ ପର୍ଯ୍ୟାପ୍ତ ପ୍ରମାଣ ପାଇଛି। ସୂଚନା ଅନୁଯାୟୀ, ଗତ ଜୁଲାଇ ୩ ତାରିଖରେ ତିନି ଜଣ ପ୍ରଶିକ୍ଷକ ନାବାଳିକାଙ୍କୁ ଏକ ଲଜକୁ ନେଇଥିଲେ ବୋଲି ଉକ୍ତ ଲଜର କର୍ମଚାରୀମାନେ ସ୍ପଷ୍ଟ କରିଥିଲେ।

ସୂଚନା ଅନୁଯାୟୀ, ୧୫ ବର୍ଷୀୟା ଝିଅ ଗତ ଦୁଇ ବର୍ଷ ଧରି ଯାଜପୁର ହକି ଷ୍ଟାଡିୟମରେ ତାଲିମ ନେଉଥିଲେ। ଜୁଲାଇ ୩ ତାରିଖରେ ଷ୍ଟାଡିୟମରୁ ଘରକୁ ଫେରୁଥିଲା ବେଳେ ତିନି ଜଣ ପ୍ରଶିକ୍ଷକ ତାଙ୍କୁ ରାସ୍ତାରୁ ଉଠାଇ ନେଇ ଯାଜପୁର ସହରର ଏକ ଲଜ୍‌ରେ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ନାବାଳିକା ଝିଅଟି ଆହୁରି ମଧ୍ୟ ଅଭିଯୋଗ କରିଛି ଯେ ମାର୍ଚ୍ଚ ମାସରେ ରାଉରକେଲାରେ କ୍ୟାମ୍ପ ସମୟରେ ତିନି ଜଣ ପ୍ରଶିକ୍ଷକଙ୍କ ମଧ୍ୟରୁ ଜଣେ ତାଙ୍କୁ ଯୌନ ନିର୍ଯାତନା ଦେଇଥିଲେ।

 

Comments are closed.