Latest Odisha News

BREAKING NEWS

ଶ୍ରୀଲଙ୍କା ନରସଂହାର: ୩ ଭାରତୀୟଙ୍କ ସମେତ ୨୦୭ ଜଣଙ୍କ ମୃତ୍ୟୁ

କଲମ୍ବୋ: ଶ୍ରୀଲଙ୍କାରେ ଘଟିତ ସିରିଏଲ ବୋମା ବିସ୍ଫୋରଣରେ ୩ ଭାରତୀୟଙ୍କ ସମେତ ଏପର୍ଯ୍ୟନ୍ତ ସମୁଦାୟ ୨୦୭ ଜଣ ନୀରିହ ବ୍ୟକ୍ତିଙ୍କ ପ୍ରାଣହାନୀ ଘଟିଥିବା କଲମ୍ବୋ ପୋଲିସ ସୂତ୍ରରୁ ପ୍ରକାଶ ।

ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜ ଟ୍ୱିଟ୍ ମାଧ୍ୟମରେ ଜଣାଇଛନ୍ତି ଯେ, ଏହି ବୋମା ବିସ୍ଫୋରଣ ଘଟଣାରେ ୩ ଜଣ ଭାରତୀୟଙ୍କ ପ୍ରାଣହାନୀ ଘଟିଛି ।

ଏହି ବୋମା ବିସ୍ଫୋରଣ ଘଟଣାକୁ ସବୁମହଲରେ ନିନ୍ଦା କରାଯିବା ସହିତ କୁହାଯାଉଛି ଯେ, ଏହା ଦଶନ୍ଧିର ସବୁଠାରୁ ଲୋମହର୍ଷକ ଆତଙ୍କବାଦୀ ଆକ୍ରମଣ । ଏହି ଘଟଣାରେ ୩୫ ଜଣ ବିଦେଶୀ ନାଗରିକ ମଧ୍ୟ ପ୍ରାଣ ହରାଇଛନ୍ତି ।

ଏହି ବିସ୍ଫୋରଣ ଘଟଣାରେ ୭ ଜଣ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି ।

ଶ୍ରୀଲଙ୍କାରେ ଘଟିଥିବା ଏହି ନରସଂହାର ଲାଗି କୌଣସି ଗୋଷ୍ଠୀ ନିଜକୁ ଦାୟୀ କରିନଥିବା ବେଳେ ଏହି ବର୍ବୋରଚିତ ଘଟଣା ପଛରେ ଇସଲାମିକ ଗ୍ରୁପର ହାତ ରହିଥିବା କେତେକ ଗଣମାଧ୍ୟମ ସଂସ୍ଥା ପ୍ରକାଶ କରିଛନ୍ତି ।

ଆତଙ୍କବାଦୀଙ୍କ ଏହି କାପୁରୁଷୋଚିତ ଆକ୍ରମଣକୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିନ୍ଦା କରିବା ସହିତ ଶ୍ରୀଲଙ୍କା ସରକାରଙ୍କୁ ସମସ୍ତ ପ୍ରକାର ଆବଶ୍ୟକୀୟ ସାହାଯ୍ୟ ଓ ସହଯୋଗ କରାଯିବ ବୋଲି ଜଣାଇଛନ୍ତି ।

Leave A Reply

Your email address will not be published.