Latest Odisha News

BREAKING NEWS

ଏସୀୟ ଚାମ୍ପିୟନସିପ: ଭାରୋତ୍ତଳନରେ ଓଡ଼ିଶାର ଝିଲ୍ଲୀଙ୍କୁ ରୌପ୍ୟ, ଦୂତୀଙ୍କ ନୂଆ ଜାତୀୟ ରେକର୍ଡ଼

ଦୋହା: ଚୀନର ନିଗବୋଠାରେ ଅନୁଷ୍ଠିତ ହେଉଥିବା ଏସୀୟ ଭାରୋତ୍ତଳନ ଚାମ୍ପିୟନସିପରେ ଓଡ଼ିଆ କ୍ରୀଡ଼ାବିତ ଝିଲ୍ଲୀ ବେହେରା ଭାରତ ଲାଗି ରୌପ୍ୟ ପଦକ ହାସଲ କରିଥିବା ବେଳେ ଦୋହାରେ ଚାଲିଥିବା ୨୩ତମ ଏସୀୟ ଆଥଲେଟିକ୍ସ ଚାମ୍ପିୟନସିପରେ ୧୦୦ ମିଟର ଦୌଡ଼ ପ୍ରତିଯୋଗିତାରେ ଦୂତୀ ଚାନ୍ଦ ନୂଆ ଜାତୀୟ କୀର୍ତ୍ତିମାନ ପ୍ରତିଷ୍ଠା କରିବା ସହିତ ସେମିଫାଇନାଲକୁ ଉନ୍ନିତ ହୋଇଛନ୍ତି ।

ଓଡ଼ିଶାର ମହିଳା ଭାରୋତ୍ତଳନକାରୀ ଝିଲ୍ଲୀ ଦଳବେହେରା ୪୫ କେଜି ବର୍ଗରେ ୧୬୭ କେଜି ଓଜନ ଉଠାଇ ରୌପ୍ୟ ପଦକ ହାସଲ କରିପାରିଛନ୍ତି । ଭିଏତନାମର ହୁ ଥି ଜଙ୍ଗଙ୍କୁ ସ୍ୱର୍ଣ୍ଣ ପଦକ ମିଳିଛି । ଗତବର୍ଷ ସେ ଆଇଡ଼ବ୍ଲ୍ୟୁଏଫ ଜୁନିୟର ବିଶ୍ୱ ଭାରୋତ୍ତଳନ ଚାମ୍ପିୟନସିିପରେ ୪୮ କେଜି ବର୍ଗରେ ବ୍ରୋଞ୍ଜ ପଦକ ହାସଲ କରିପାରିଥିଲେ ।

ସେହିପରି ଓଡ଼ିଆ ଦୌଡ଼ରାଣୀ ଦୁତୀ ଚାନ୍ଦ ଦୋହାର ଖଲିଫା ଅନ୍ତର୍ଜାତୀୟ ଷ୍ଟାଡ଼ିୟମରେ ଅନୁଷ୍ଠିତ ହେଉଥିବା ଏସୀୟ ଦୌଡ଼କୁଦ ପ୍ରତିଯୋଗିତାରେ ୧୧.୨୮ ସେକେଣ୍ଟରେ ଅତିକ୍ରମ କରି ନୂଆ ଜାତୀୟ ରେକର୍ଡ଼ ପ୍ରତିଷ୍ଠା କରିଛନ୍ତି । ପୂର୍ବରୁ ଦୂତୀଙ୍କ ନାମରେ ଏହି ୧୦୦ ମିଟର ଦୌଡ଼ ପ୍ରତିଯୋଗିତାରେ ଶ୍ରେଷ୍ଠ ସମୟ ଥିଲା ୧୧.୨୯ ସେକେଣ୍ଡ ।

Leave A Reply

Your email address will not be published.