Latest Odisha News

BREAKING NEWS

ପୋଲରୁ ୨୦ ଫୁଟ ତଳକୁ ଖସିଲା କାର୍ , ୩ ଆହତ

ବଣାଇ : ବଣାଇ ମହୁଲପଦା ଫୁଲଝର ନିକଟରେ ଅଭାବନୀୟ ଘଟଣା ଘଟିଛି  । ଏକ କାର୍ ପୋଲରୁ ୨୦ ଫୁଟ ତଳକୁ ଖସିପଡିଛି । ଏଥିରେ ୩ ଜଣ ଗୁରୁତର ଆହତ ହୋଇଛନ୍ତି । ୩ ଗୁରୁତରଙ୍କ ମଧ୍ୟରୁ ଦୁଇ ଜଣଙ୍କୁ ରାଉରକେଲା ମେଡିକାଲକୁ  ସ୍ଥାନାନ୍ତର କରାଯାଇଛି । କେନ୍ଦୁଝରରୁ ରାଉରକେଲାକୁ ଆସୁଥିବାବେଳେ ଏଭଳି ଅଘଟଣ ଘଟିଛି । ଆହତମାନେ କେନ୍ଦୁଝର ଜିଲ୍ଲା କାଦଡ଼ିଆ ଗାଁର ଅଜିତ ମାହାନ୍ତ, ଓମକାର ବେହେରା ଓ ଯଦୁମଣି ମହାକୁଡ଼ ବୋଲି ଜଣାପଡିଛି । ଅଜିତ ଓ ଓମକାରଙ୍କ ଅବସ୍ଥା ଗୁରୁତର ରହିଛି।

ଓମକାର କାର୍ ଚଲାଉଥିଲେ। ବିଳମ୍ବିତ ରାତିରେ ଏମାନେ ରାଉରକେଲାକୁ ଆସୁଥିବାବେଳେ ଭାରସାମ୍ୟ ହରାଇ କାରଟି ପୋଲତଳକୁ ଖସିପଡିଥିଲା  । ଫଳରେ ୩ ଜଣଙ୍କୁ ଗୁରୁତର ଅବସ୍ଥାରେ ବଣାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।  କିନ୍ତୁ ଅଜିତ ଏବଂ ଓମକାରଙ୍କ ଅବସ୍ଥା ସଙ୍କାପର୍ଣ୍ଣ ହେବାରୁ ତାଙ୍କୁ  ରାଉଲକେଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.