Latest Odisha News

BREAKING NEWS

Browsing Category

ସୁନ୍ଦରଗଡ଼

Sundargarh

ମାଓ କ୍ୟାମ୍ପ ଧ୍ଵଂସ କଲା ସୁରକ୍ଷାବାହିନୀ, ମାଓବାଦୀଙ୍କ ଛତ୍ରଭଙ୍ଗ

ରାଉରକେଲା: କମ୍ବିଂ ଅପରେଶନ ବେଳେ ମାଓ କ୍ୟାମ୍ପ ଧ୍ବଂସ କଲା ସୁରକ୍ଷାବାହିନୀ । ଛତ୍ରଭଙ୍ଗ ଦେଲେ ମାଓବାଦୀ । ଝାଡ଼ଖଣ୍ଡ ସୋନୁଆ ଥାନା କେରାବୀର ଜଙ୍ଗଲରେ ମାଓକ୍ୟାମ୍ପ ଧ୍ବଂସ କରିଛି ସୁରକ୍ଷାବାହିନୀ । ଏଥିସହ ଘଟଣାସ୍ଥଳରୁ ଟିଫିନ ବୋମା, ବନ୍ଧୁକ, ମାଓ ପୁସ୍ତିକା ସହ ୨୭ ହଜାର ଟଙ୍କା ଜବତ…

ସ୍ତ୍ରୀର ମୃତ୍ୟୁ ପରେ ବିଚ୍ଛେଦ ସହି ନପାରି ସ୍ୱାମୀର ଆତ୍ମହତ୍ୟା

କୋଇଡା: କଇଁ କଇଁ ହୋଇ କାନ୍ଦୁଛି ୪ ମାସର କୋମଳମତୀ ଶିଶୁଟି । ପ୍ରଥମେ ମା’ ଆଉ ଏବେ ବାପା । ହାତ ଧରାଧରି ହୋଇ ଚାଲିଗଲେ ବାପା, ମା’ । ଏବେ ଶିଶୁଟି ପୁରା ଏକା । ବିନା ଦୋଷରେ ଅନାଥ ହୋଇଗଲା ଏହି କୁନି ଶିଶୁଟି । ହଁ ଆଜ୍ଞା ଏ ଘଟଣାଟି ହେଉଛି ସୁନ୍ଦରଗଡ ଜିଲ୍ଲା କୋଇଡା ବ୍ଲକ ଟେନସା ଫାଣ୍ଡି…

ସୁନ୍ଦରଗଡ ସମରସଜ୍ଜା : ପୁଣି ମଇଦାନକୁ ଓହ୍ଲାଇବେ କି ଜୁଏଲ୍!

ଭୁବନେଶ୍ଵର: ଚବିଶ ସମର ପାଇଁ ସୁନ୍ଦରଗଡ ପ୍ରସ୍ତୁତ । ଗତ ୫ବର୍ଷ ଧରି ଗ୍ରାଉଣ୍ଡରେ ହୋମୱାର୍କ କରିଛନ୍ତି ତିନି ଦଳ । ବିଜୟ ରେକର୍ଡ ଦେଖିଲେ, ଆଦିବାସୀ ବହୁଳ ସୁନ୍ଦରଗଡ ଲୋକସଭା ଆସନରେ ଆଜି ଯାଏଁ ଜିତିନାହିଁ ବିଜେଡି । ୭ଥର ବାଜି ମାରିଛି କଂଗ୍ରେସ ତ ୫ଥର ବିଜେପିରୁ ଜିତିଛନ୍ତି ଜୁଏଲ ଓରାମ ।…

ଇବ୍ ନଦୀରୁ ମିଳିଲା ୩ଜଣଙ୍କ ମୃତଦେହ, ଭୋଜି କରିବାକୁ ଯାଇ ଇବ୍ ନଦୀରେ ବୁଡି ଯାଇଥିଲେ

ସୁନ୍ଦରଗଡ: ଜନ୍ମଦିନ ଖୁସିରେ ଗତକାଲି ଭୋଜି କରିବା ପାଇଁ ଘରୁ ବାହାରିଥିଲେ ୨ଭାଇ ମହମ୍ମଦ ଫରହାନ ଏବଂ ମହମ୍ମଦ ରିଜୱାନ । ତାଙ୍କ ସହ ଯାଇଥିଲେ ତାଙ୍କ କାକା ମହମ୍ମଦ ସାଜିଦ । କିନ୍ତୁ କିଏ ବା ଜାଣିଥିଲା ନଦୀରେ ଛକିଥିଲା ମୃତ୍ୟୁ । ଫରହାନଙ୍କ ପାଇଁ ଜନ୍ମଦିନ ପାଲଟିଗଲା ମରଣଦିନ । ନିଜ ସହ…

୪ର୍ଥ ଦିନରେ ବ୍ୟବସାୟୀ ଘନଶ୍ୟାମ ଡାଲମିଆଙ୍କ ଘରେ ଆଇଟି ରେଡ୍

ରାଉରକେଲା: ଚତୁର୍ଥ ଦିନରେ ବ୍ୟବସାୟୀ ଘନଶ୍ୟାମ ଡାଲମିଆଙ୍କ ଘରେ ଚାଲିଛି ଆଇଟି ବିଭାଗର ରେଡ । ଓଡିଶାର ଏକକାଳୀନ ୧୦ଟି ସ୍ଥାନରେ ଚାଲିଛି ରେଡ୍ । ଚଢାଉରେ ୧୦୦ରୁ ଅଧିକ ଅଧିକାରୀ ଓ ସିଆରପିଏଫ୍ ଯବାନ ସାମିଲ ହୋଇଛନ୍ତି । ଏଯାବତ୍ ଘନଶ୍ୟାମଙ୍କ ଘରୁ ମିଳିଲାଣି ୫କୋଟି ନଗଦ ଟଙ୍କା । ସୂଚନା…

ସୁନ୍ଦରଗଡରେ ବଡ ଧରଣର IT ରେଡ୍, କୋଇଲା ବ୍ୟବସାୟୀ ଘନଶ୍ୟାମ ଡାଲମିୟାଙ୍କ ଘରେ ରେଡ

ସୁନ୍ଦରଗଡ: ଆୟକର ବିଭାଗର ବଡ଼ ଧରଣର ଚଢ଼ଉ । ସୁନ୍ଦରଗଡ଼ର ପ୍ରତିଷ୍ଠିତ କୋଇଲା ବ୍ୟବସାୟୀ ଘନଶ୍ୟାମ ଡାଲମିଆଙ୍କ ଘରେ ଆୟକର ବିଭାଗ ପକ୍ଷରୁ ରେଡ୍ କରାଯାଇଛି । ଘନଶ୍ୟାମଙ୍କ ଏମସିଏଲରେ ଥିବା କୋଇଲା ପରିବହନ ସାଇଟ୍‍, ଛତିଶଗଡରେ ଥିବା ଆଇରନ, ଷ୍ଟିଲ ଓ ପାୱାର ପ୍ଲାଣ୍ଟ ଫ୍ୟାକ୍ଟ୍ରୀ ଏବଂ ଘର,…

ଖୁବ୍ ଶୀଘ୍ର ବଣାଇଗଡ଼ ଉପଖଣ୍ଡସ୍ତରୀୟ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାଇଲିସିସ୍

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲାର ବଣାଇ ଉପଖଣ୍ଡ ଡାକ୍ତରଖାନାରେ ହେମୋ ଡାଇଲିସିସ୍ ସୁବିଧା ଖୁବ୍ ଶୀଘ୍ର ଆରମ୍ଭ ହେବାକୁ ଯାଉଛି। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ବୃକକ୍ ଜନିତ ସମସ୍ୟା ଦେଇ ଗତି କରୁଥିବା ରୋଗୀମାନେ ଏହାଦ୍ୱାରା ବିଶେଷ ଭାବେ ଉପକୃତ ହେବେ। ଗଲା ମାର୍ଚ୍ଚ ୨୦୨୩ ରେ…

ଟାଙ୍ଗର ମୁଣ୍ଡା ଦୁର୍ଘଟଣା: ମୃତକଙ୍କ ପରିବାରକୁ ତିନି ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ସହାୟତା ଘୋଷଣା କଲେ…

ସୁନ୍ଦରଗଡ: ଆଜି ସୁନ୍ଦରଗଡ ଜିଲ୍ଲାର ଟାଙ୍ଗର ମୁଣ୍ଡା ନିକଟରେ ଭୋଜି ସାରି ଫେରିବା ବେଳେ ଏକ ଅଟୋ ସହ ହାଇୱା ଧକ୍କା ହେବା  ଅଟୋ ଓ ହାଇୱା ଦୁଇଟି ଯାକ ଗାଡ଼ି ପ୍ରାୟ ୧୫ ଫୁଟ ତଳକୁ ଧାନ ବିଲରେ ଖସି ପଡିଥିଲା। ଘଟଣାସ୍ଥଳରେ ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ଆହତ ହୋଇଥିଲେ।…

ରାଉରକେଲାରେ ଡାଇରିଆ ଆତଙ୍କ, ଗଲାଣି ୪ ମୁଣ୍ଡ

ରାଉରକେଲା: ପୁଣି ମୁଣ୍ଡ ଟେକିଲାଣି ଡାଇରିଆ । ରାଉରକେଲାରେ ଆତଙ୍କ ଖେଳାଇଲାଣି ଝାଡାବାନ୍ତି । ଦୁଇ ଦିନରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦୨ ଜଣ ଆକ୍ରାନ୍ତ ଏବେ ରାଉରକେଲାର ଆଇଜିଏଚ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ଅଛନ୍ତି ।…

ମିଗଜୋମ ପ୍ରଭାବରେ ଭିଜିଲା ଓଡିଶା : ଆଜି ସୁନ୍ଦରଗଡରେ ସବୁ ସ୍କୁଲ ଛୁଟି ଘୋଷଣା

ସୁନ୍ଦରଗଡ: ବାତ୍ୟା ମିଗଜୋମ୍ ଦୁର୍ବଳ ହୋଇଛି ସତ ହେଲେ ଉଜାଡି ଦେଇଛି ସବୁକିଛି  । ଏହାର ପ୍ରଭାବରେ ରାଜ୍ୟର କିଛି ସ୍ଥାନରେ ଅଦିନିଆ ବର୍ଷା ଜାରି ରହିଛି । ପୁରା ପାଗର ମିଜାସ ବଦଳିଯାଇଛି । ହଠାତ୍ ବଢିଯାଇଛି ଥଣ୍ଡା  । ଦିନର ତାପମାତ୍ରା ଖସିବା ସହ ଦୁଇ ଦିନରେ ତାପମାତ୍ରା ୫ ଡିଗ୍ରୀ…