Latest Odisha News

BREAKING NEWS

ସୀମା ଉତେଜନା: ଭାରତର ପାଲଟା ଜବାବରେ ୮ ପାକିସ୍ତାନୀ ସେନାଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଦୀପାବଳିରେ ଅଶାନ୍ତି ସୃଷ୍ଟି କରିବା ପାଇଁ ପାକିସ୍ତାନ ଶୁକ୍ରବାର ଷଡଯନ୍ତ୍ର ରଚିଛି । ଉରିଠାରୁ ଗୁରେଜ ପର୍ଯ୍ୟନ୍ତ ସୀମାରେ ପାକିସ୍ତାନ ସେନା ଅସ୍ତ୍ରବିରତି ଉଲ୍ଲଂଘନ କରିଥିଲା । ଗୁଳି ଓ ମୋର୍ଟାର ମାଡରେ ଭାରତର ୩ ଯବାନ ଏବଂ ୨ଜଣ ସାଧାରଣ ନାଗରିକ ମୃତ୍ୟୁବରଣ କରିଛନ୍ତି । ଅନେକ ନାଗରିକ ଆହତ ହୋଇଥିବା ଖବର ହସ୍ତଗତ ହୋଇଛି । ସ୍ଥିତି ନିୟନ୍ତ୍ରଣ ବାହରକୁ ଯିବାରୁ ଭାରତୀୟ ସେନା ପକ୍ଷରୁ କଠୋର ପନ୍ଥା ଅବଲମ୍ବନ କରାଯାଇଥିଲା । ଏଥିରେ ୮ଜଣ ପାକିସ୍ତାନୀ ସେନା ମୃତ୍ୟୁବରଣ କରିଛନ୍ତି । ୨ଜଣ ଏସଏସଜି କମାଣ୍ଡର ଏଥିରେ ରହିଛନ୍ତି ।

ଭାରତରେ ଆତଙ୍କବାଦୀଙ୍କୁ ଅନୁପ୍ରବେଶ କରାଇବା ପାଇଁ ପାକିସ୍ତାନ ଏହି ଦୁଃସାହସ କରୁଛି । ଇଜମାର୍ଗ ଓ କୁପୱାଡାରେ ସେମାନଙ୍କର ଏହି ଯୋଜନା ବିଫଳ ହୋଇଛି । ସୀମାରେ ସେନା ଏବେ ସମ୍ପୂର୍ଣ୍ଣ ସଜାଗ ରହିଛି । ଶତ୍ରୁ ଦେଶର ପ୍ରତ୍ୟେକ ଗତିବିଧି ଉପରେ ନଜର ରଖାଯାଇଛି ବୋଲି ରକ୍ଷାପ୍ରବକ୍ତା କର୍ଣ୍ଣଲ ରାଜେଶ କାଲିୟା କହିଛନ୍ତି ।

Leave A Reply

Your email address will not be published.