Latest Odisha News

BREAKING NEWS

ଓଡ଼ିଶାରେ‌ ପ୍ରତିଷ୍ଠା କରାଯିବ ୪ ଗୋଟି ବାଣିଜ୍ୟିକ କୋର୍ଟ

ଭୁବନେଶ୍ୱର: ଓଡ଼ିଶାରେ‌ ୪ ଗୋଟି ବାଣିଜ୍ୟିକ କୋର୍ଟ ପ୍ରତିଷ୍ଠା କରାଯିବା ନେଇ ସୂଚନା ମିଳିଛି।

ବାଣିଜ୍ୟିକ ମାମଲା ଗୁଡିକର ବିଚାର ନିମନ୍ତେ ଏଭଳି କୋର୍ଟ ପ୍ରତିଷ୍ଠା କରାଯାଉଛି।

ଓଡିଶା ସିଭିଲକୋର୍ଟ ଅଧିନିୟମ ୧୯୮୪ର ଧାରା ୩ ଏବଂ ଧାରା ୯ର ଉପଧାରା (୧)ର କ୍ଷମତା ପ୍ରୟୋଗକରି ଧାରା ୧୦ ଓ ବାଣିଜ୍ୟିକ କୋର୍ଟ ଅଧିନିୟମ ୨୦୧୫ ର ଧାରା ୩ର ପଠନ ସହିତ ଏବଂ ବିଧା ବିଭାଗର ଅଧିସୂଚନା ସଂଖ୍ୟା ୧୨୬୪୦, ବିଧି ତା ୨୬.୧୦.୨୦୧୭ର ଅଧିକ୍ରମଣରେ ରାଜ୍ୟ ସରକାର ଉଚ୍ଚ ନ୍ୟାୟାଳୟଙ୍କ ସୁପାରିସ ଏବଂ ପରାମର୍ଶକ୍ରମେ ଏହି ନିଷ୍ପତ୍ତି ନିଆଯାଇଛି।

ଏତଦ୍ୱାରା କଟକ ସଦର , ଭୁବନେଶ୍ୱର, ବ୍ରହ୍ମପୁର ଓ ସମ୍ବଲପୁର ଠାରେ ୪ ଗୋଟି ସିଭିଲ ଜଜ୍ (ସିନିୟର ଡିଭିଜନ) କୋର୍ଟ ପ୍ରତିଷ୍ଠା କରିବା ନିମନ୍ତେ ନିଷ୍ପତି ନେଇଛନ୍ତି ବୋଲି ଆଇନ ମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେଇଛନ୍ତି।ଏହା ବର୍ତମାନ ବିଦ୍ୟମାନ ଥିବା ସେହି କୋର୍ଟ ଗୁଡିକ ସହିତ ପ୍ରତିଷ୍ଠିତ ହେବ।

ଏହି ବାଣିଜ୍ୟିକ କୋର୍ଟ ଗୁଡିକର ସ୍ଥାନୀୟ ସୀମା ଯଥାକ୍ରମେ କଟକ , ଅନୁଗୁଳ, ଢେଙ୍କାନାଳ . ଜାଜପୁର ଏବଂ ଖୋର୍ଦ୍ଧା ଓ ଗଞ୍ଜାମ, କନ୍ଧମାଳ, ବୌଦ୍ଧଏବଂ ଗଜପତି ଜଜ୍ ସିପ୍ ଗୁଡିକର ଅଧିକାରିତାରେ ସୀମିତ ରହିବ ବୋଲି ମନ୍ତ୍ରୀ ଶ୍ରୀ ଜେନା ପ୍ରକାଶ କରିଛନ୍ତି । ଏ ନେଇ ବିଧି ବିଭାଗ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

Leave A Reply

Your email address will not be published.