Latest Odisha News

BREAKING NEWS

ଡିଭାଇଡର ଉପରେ ଚଢିଗଲା କାର୍, ୩ ମୃତ

ବରଗଡ଼: ଡିଭାଇଡର ଉପରେ ଚଢିଗଲା କାର୍, ୩ ଜଣଙ୍କ ମୃତ୍ୟୁ ହୋଇଛି। ଜଣଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବରଗଡ଼ ଭଟଲି ଛକ ଓଭର ବ୍ରିଜରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ବିଳମ୍ବିତ ରାତିରେ ଘଟିଛି ଦୁର୍ଘଟଣା।

ଭାରସାମ୍ୟ ହରାଇ ଡିଭାଇଡର ଉପରକୁ ମାଡ଼ିଗଲା କାର୍। ମୃତକଙ୍କ ମଧ୍ୟରେ ୨ ଜଣ ଏକ ଘରୋଇ କମ୍ପାନୀର କର୍ମଚାରୀ। ଅନ୍ୟ ଜଣେ ବରଗଡ଼ ସହରର ବ୍ୟବସାୟୀ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି। ମୃତ ବ୍ୟକ୍ତି ହେଲେ ସୋନପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ବୈଦୁପାଲି ଗାଁର ଲୁସେନେରୀ ଦିସାରୀ, ଭୁବନେଶ୍ବରର ଜ୍ଞାନ ରଞ୍ଜନ ସାହୁ।

ବରଗଡ଼ ସହରର ଯୁବ ବ୍ୟବସାୟୀ ୨୬ ବର୍ଷିୟ ସୌରଭ ଅଗ୍ରୱାଲ ମେ ମାସରେ ବିବାହ କରିଥିଲେ। ଗୁରୁତର ମହିଳା ହେଲେ ରିଜିକା ସେଠୀ। ବରଗଡ଼ ଟାଉନ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗାଡି ଜବତ କରିବା ସହ ତଦନ୍ତ ଜାରି ରଖିଛି ।

Comments are closed.