ବୌଦ୍ଧ: ଦାଦନ ଖଟିବାକୁ ଯାଉଥିବା ବେଳେ ଦୁର୍ଘଟଣା। ଏହି ଭୟଙ୍କର ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୮ ଜଣ ଗୁରୁତର ଆହତ ହୋଇଛନ୍ତି। ବୌଦ୍ଧ-କନ୍ଧମାଳ ସୀମାନ୍ତ ଲୁଇସିଂ ଗାଁରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଶ୍ରମିକମାନେ ଯାଉଥିବା ପିକଅପ ଭ୍ୟାନ ଉପରେ ମାଡ଼ିଗଲା ହାଇୱା। ଦୁର୍ଘଟଣାସ୍ଥଳରେ ୩ ଜଣଙ୍କ ମୃତ୍ୟୁ ହୋଇଛି । ୮ ଜଣରୁ ଅଧିକ ଗୁରୁତର ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ କଣ୍ଟାମାଳ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।
ମୃତକ ହେଲେ କଳାବତୀ କିସାନ ଓ ସୁକୁନି କିମାନ ଏବଂ ଅନ୍ୟ ଜଣେ ମୃତକଙ୍କ ପରିଚୟ ମିଳିପାରିନାହିଁ। ଘଟଣାସ୍ଥଳରେ ବିଏସଏଫ ଯବାନ, ଅଗ୍ନିଶମ କର୍ମଚାରୀ ଓ ପୋଲିସ ପକ୍ଷରୁ ଉଦ୍ଧାର କାର୍ଯ୍ୟ କରାଯାଇଛି। ଏହି ଦାଦନ ଶ୍ରମିକମାନେ ସମ୍ବଲପୁର ଜିଲ୍ଲାର କୁଚିଣ୍ଡାରୁ କନ୍ଧମାଳ ଜିଲ୍ଲା ବାଲନ୍ଦାପଡ଼ାର ଘାଟି ରାସ୍ତା ଦେଇ ଯାଉଥିବା ବେଳେ ଦୁର୍ଘଟଣା ଘଟିଛି। କଣ୍ଟାମାଳ ପୋଲିସ ଅଧିକ ତଦନ୍ତ କରୁଛି।
Comments are closed.