Latest Odisha News

BREAKING NEWS

ଗ୍ରାନାଇଟ୍ ଖଣିରେ ବିସ୍ଫୋରଣ;୩ ମୃତ, ଗୁରୁତରଙ୍କ ମଧ୍ୟରେ ଓଡ଼ିଆ…

ପାରଳାଖେମୁଣ୍ଡି: ଗଜପତି ସୀମାନ୍ତ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଜିଲ୍ଲା ମିଳିଆପୁଟି ମଣ୍ଡଳମ ଅନ୍ତର୍ଗତ ଗଙ୍ଗାରାଜପୁରମ୍ ଗ୍ରାମରେ ମଙ୍ଗଳବାର ଏକ ଅଭାବନୀୟ ଘଟଣା ଘଟିଛି। ଗଙ୍ଗାରାଜପୁରମସ୍ଥିତ ଏକ ଗ୍ରାନାଇଟ୍ ଖଣିରେ ବିସ୍ଫୋରଣ ଯୋଗୁଁ ତିନି ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ଏହି ଘଟଣାରେ ଜଣେ ଓଡ଼ିଆଙ୍କ ସମେତ ୪ ଜଣ ଗୁରୁତର ହୋଇଥିବା ସୂଚନା ରହଛି । ସେମାନଙ୍କୁ ଚିକିତ୍ସା ପାଇଁ ଟେକିଲି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ମୃତକମାନେ ହେଲେ ରାଜସ୍ଥାନର ହେମରାଜ ମେଘୱାଲ (୨୫), ବିହାରର ଶ୍ରବଣ କୁମାର (୪୫) ଓ ମଧ୍ୟପ୍ରଦେଶର ପିଣ୍ଟୁ ସିଂ।

ଆହତମାନେ ହେଲେ ଗଜପତି ଜିଲ୍ଲା ଆର୍.ଉଦୟଗିରି ଟଙ୍କିୟସାହି ଗ୍ରାମର ଜାନବଳିଆର ସିଂ (୪୨), ଆନ୍ଧ୍ରପ୍ରଦେଶ ଟେକିଲି ଗ୍ରାମର କେ. ଜନାର୍ଦ୍ଦନ(୨୫), ମିଳିଆପୁଟି ମଣ୍ଡଳମର କେ. ବାଲାରାଜୁ(୬୩) ଏବଂ ପେଦାଲକ୍ଷ୍ମୀପୁରମ୍ ଗ୍ରାମର ବି. ହରି ପ୍ରସାଦ(୨୪)।

ମୃତକ ଓ ଗୁରୁତର ସମସ୍ତେ ଉକ୍ତ ଗ୍ରାନାଇଟ୍ ଖଣିରେ ବିଭିନ୍ନ ପ୍ରକାରର କାର୍ଯ୍ୟରେ ନିୟୋଜିତ ଥିଲେ।

ଡିଏସପି ଲକ୍ଷ୍ମଣ ରାଓ କହିଛନ୍ତି, ପ୍ରାଥମିକ ତଦନ୍ତରୁ ଏହା ଏକ ବଜ୍ରାଘାତ ଘଟଣା ବୋଲି ଜଣାପଡିଛି। ଆଗକୁ ମଧ୍ୟ ଅନ୍ୟ ଦିଗଗୁଡିକୁ ନେଇ ତଦନ୍ତ କରାଯିବ।

Comments are closed.