Latest Odisha News

ଏସସିବିରେ ଅଘଟଣ: ୩ ଶ୍ରମିକ ଆହତ

କଟକ: କଟକ ଏସସିବି ମେଡିକାଲରେ ଘଟିଛି ବଡ ଅଘଟଣ । ମେଡିକାଲ ସଂପ୍ରସାରିତ ପାଇଁ ଚାଲିଥିବା ନିର୍ମାଣ କାର୍ଯ୍ୟରେ ଏକ କ୍ରେନ୍ ଖସିପଡିଛି । ଯେଉଁଥିରେ ୩ ଜଣ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ସଙ୍ଗେ ସଙ୍ଗେ ମେଡିକାଲର କାଜୁଆଲଟି ବିଭାଗରେ ଭର୍ତ୍ତି କରାଯାଇଛି ।

ମିଳିଥିବା ସୂଚନା ଅନୁଯାୟୀ, କଟକ ଏସ୍‌ସିବିରେ ସଂପ୍ରସାରଣ ପାଇଁ ନୂଆ ବିଡିଂ କାମ ବେଳେ ନିର୍ମାଣ କାର୍ଯ୍ୟରେ ଲାଗିଥିବା କ୍ରେନ୍‌ ହଠାତ୍ ଭାଙ୍ଗି ପଡିବାରୁ ୩ ଶ୍ରମିକ ଏଥିରେ ଗୁରୁତର ଆହତ ହେଇଛନ୍ତି । ଏନେଇ ଆଗକୁ ସୂଚନା ଜାରି ରହିବ ।

Comments are closed.