Latest Odisha News

ଗୋଟିଏ ପରିବାରର ୩ ଜଣଙ୍କ ଆତ୍ମହତ୍ୟା ଉଦ୍ୟମ, କାରଣ ଅସ୍ପଷ୍ଟ

କଟକ: ଗୋଟିଏ ପରିବାରର ୩ ଜଣ ଆତ୍ମହତ୍ୟା ଉଦ୍ୟମ । ଏଭଳି ଘଟଣା ସାମ୍ନାକୁ ଆସିଛି କଟକ ସିଡିଏ ସେକ୍ଟର ୬ ଅଞ୍ଚଳରୁ । ଗୁରୁତର ଅବସ୍ଥାରେ ବାପା, ମାଆ ଓ ପୁଅଙ୍କୁ ଏସସିବି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ଖବର ମୁତାବକ, ବେଙ୍ଗାଲୁରୁର ଏକ ଆଇଟି କମ୍ପାନୀରେ ସଫ୍ଟୱେର ଇଞ୍ଜିନିୟର ଭାବେ କାର୍ଯ୍ୟ କରନ୍ତି ସୌମ୍ୟ ରଞ୍ଜନ ପଣ୍ଡା । ସେ ତାଙ୍କ ବାପା ଉମାଚରଣ ପଣ୍ଡା ଏବଂ ମା’ ସରୋଜିନୀ ପଣ୍ଡାଙ୍କ ସହ ବିଷ ପିଇ ଆତ୍ମହତ୍ୟା କରିବା ପାଇଁ ଉଦ୍ୟମ କରିଥିବା ନେଇ ପ୍ରାଥମିକ ତଦନ୍ତରୁ ଜଣାପଡିଛି । ତେବେ ସୌମ୍ୟଙ୍କ ବାପା ଉମାଚରଣ ପଣ୍ଡା ଓ ମା’ ସରୋଜିନୀ ପଣ୍ଡାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ରହିଛି ।

ତେବେ କେଉଁ କାରଣରୁ ଗୋଟିଏ ପରିବାରର ୩ ଜଣ ସଦସ୍ୟ ଆତ୍ମହତ୍ୟା ଉଦ୍ୟମ କଲେ, ତାହା ସ୍ପଷ୍ଟ ହୋଇନଥିବାବେଳେ, ପୋଲିସ ଏହି ମାମଲାର ତଦନ୍ତ କରୁଛି । ତଦନ୍ତ ପରେ ସମସ୍ତ ସତ୍ୟା ସତ୍ୟ ସାମ୍ନାକୁ ଆସିବ ।

Comments are closed.