Latest Odisha News

BREAKING NEWS

ରାଜ୍ୟରେ ଆଉ ତିନି କରୋନା ପଜିଟିଭ୍ ଚିହ୍ନଟ, ମୋଟ ସଂଖ୍ୟା ୧୨୮ ଛୁଇଁଲା

ଭୁୁବନେଶ୍ୱର : ଯାଜପୁରରୁ ଆଉ ତିନି କରୋନା ପଜିଟିଭ ରୋଗୀ ଚିହ୍ନଟ ହୋଇଛନ୍ତି । ଏଥି ସହ ରାଜ୍ୟରେ ମୋଟ କରୋନା ପଜିଟିଭ୍‌ଙ୍କ ସଂଖ୍ୟା ୧୨୮ରେ ପହଞ୍ଚିଛି । ଏ ନେଇ ସୂଚନା ଦେଇଛି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ।

ଆଜିର ନୂଆ ତିନି କରୋନା ପଜିଟିଭ୍‌ଙ୍କୁ ମିଶାଇ ଯାଜପୁର ଜିଲ୍ଲାରେ କରୋନା ପଜିଟିଭଙ୍କ ସଂଖ୍ୟା ୨୨ରେ ପହଞ୍ଚିଛି । ରାଜ୍ୟରେ କରୋନା ରୋଗୀଙ୍କ ସଂଖ୍ୟା ଦୃଷ୍ଟିରୁ ଯାଜପୁର ଜିଲ୍ଲା ଦ୍ୱିତୀୟ ସ୍ଥାନରେ ରହିଛି । ଖୋର୍ଦ୍ଧାରେ ରହିଛନ୍ତି ସର୍ବାଧିକ ୪୭ କରୋନା ପଜିଟିଭ୍ ରୋଗୀ ରହିଛନ୍ତି ।

Leave A Reply

Your email address will not be published.