Latest Odisha News

BREAKING NEWS

ଝାରସୁଗୁଡା ଛୁଇଁଲା କରୋନା; କଣ୍ଟେନମେଣ୍ଟ ଜୋନ୍ ଘୋଷିତ ହେଲା ବ୍ରଜରାଜନଗର

ଝାରସୁଗୁଡା: ପ୍ରଥମେ ଦେଶ ପରେ ଦେଶ, ତାପରେ ରାଜ୍ୟ ପରେ ରାଜ୍ୟ ଆଉ ଏବେ ଜିଲ୍ଲା ପରେ ଜିଲ୍ଲା ବ୍ୟାପି ଚାଲିଛି କରୋନା । ବୁଧବାର ଦିନ ଏହି ୩ ଟି ନୂଆ ଜିଲ୍ଲାକୁ ସ୍ପର୍ଶ କରିଛି । ଝାରସୁଗୁଡା, କେନ୍ଦୁଝର ଓ ଦେବଗଡ଼।

BjdElectrycity

ଝାରସୁଗୁଡାରେ ପ୍ରଥମ କରୋନା ଆକାନ୍ତ ଚିହ୍ନଟ ହେବା ପରେ ଏହାର ବିସ୍ତାର ଉପରେ ଅଙ୍କୁଶ ଲଗାଇବା ଉଦ୍ଦେଶ୍ୟରେ ଝାରସୁଗୁଡା ଜିଲ୍ଲା ପ୍ରଶାସନ ବ୍ରଜରାଜନଗର ଏବଂ ଏହାର ଆଖପାଖ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରିଛି।

ମିଳିଥିବା ସୂଚନା ଅନୁଯାୟୀ, ୨୩ ଏପ୍ରିଲରେ, ପ୍ରାୟ ୬୧ ବର୍ଷ ଏବଂ ୧୮ ବର୍ଷ ବୟସ୍କ ଦୁଇଜଣ ମହିଳାଙ୍କ ସମେତ ଚାରିଜଣ ବ୍ୟକ୍ତି ସଡ଼କ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ତାଙ୍କ ପୁଅର ଶେଷ ରୀତିନୀତି କରିବା ପାଇଁ ବ୍ରଜଜନଗରରେ ପହଞ୍ଚିଥିଲେ। ସେମାନେ ପଶ୍ଚିମବଙ୍ଗର କାଶୀପୁରରୁ ଆସିଥିଲେ। ସେମାନଙ୍କ ମଧ୍ୟରୁ ୧୮ ବର୍ଷ ବୟସ୍କା ଝିଅକୁ କରୋନା ହୋଇଥିବା ସ୍ୱାବ ନମୁନା ପରୀକ୍ଷଣରୁ ଜଣା ପଡିଥିଲା ।

Leave A Reply

Your email address will not be published.