Latest Odisha News

BREAKING NEWS

ପୁଣି କଟକରୁ ୧, ବାଲେଶ୍ୱରରୁ ୨ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ପୁଣି ରାଜ୍ୟରେ ୩ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କୁ ମଧ୍ୟରେ ଜଣେ ୫୦ ବର୍ଷୀୟ ମହିଳା ଓ ଜଣେ ୨୬ ବର୍ଷୀୟ ଯୁବକ ବାଲେଶ୍ୱରର ଅଛନ୍ତି । ଏହି ଦୁଇ ଜଣ ପଶ୍ଚିମବଙ୍ଗ ଫେରନ୍ତା ବୋଲି ଜଣାପଡିଛି । ଏହାକୁ ମିଶାଇ ବାଲେଶ୍ୱରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୩ କୁ ବୃଦ୍ଧି ପାଇଛି ।

ସେହିପରି ଅନ୍ୟ ଜଣେ କଟକ ତିଗିରିଆରୁର ଚିହ୍ନଟ ହୋଇଛନ୍ତି । ସଂକ୍ରମିତ ଜଣଙ୍କ ସୁରତ ଫେରନ୍ତା । ସେ ଜଣେ ପୁରୁଷ, ତାଙ୍କ ବୟସ ୩୪ ବର୍ଷ ।

ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୭୩ରେ ପହଂଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଟ୍ୱିଟ୍ କରି ସୂଚନା ଦେଇଛି ।

Leave A Reply

Your email address will not be published.