Latest Odisha News

BREAKING NEWS

ସୁନ୍ଦରଗଡରେ ଆଉ ୩ କରୋନା ଆକ୍ରାନ୍ତ ଚିହ୍ନଟ; ସୂଚନା ଦେଲେ ପ୍ରଶାସନ

ରାଉରକେଲା: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ସୁନ୍ଦରଗଡ ଜିଲ୍ଲାରେ ରବିବାର ଦିନ ଆଉ ୩ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି ।

ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ସୁନ୍ଦରଗଡ ଜିଲ୍ଲାପାଳ ।

ପ୍ରାପ୍ତ ସୂଚନାନୁଯାୟୀ ସମ୍ପୃକ୍ତ ଆକ୍ରାନ୍ତଙ୍କ ମଧ୍ୟରେ ୨ ଜଣ ମହିଳା ଏବଂ ଜଣେ ପୁରୁଷ ରହିଛନ୍ତି । ସେମାନଙ୍କ ମଧ୍ୟରୁ ଦୁଇ ମହିଳା ନିକଟ ଅତୀତରେ ମୁମ୍ବାଇ ଓ ଦିଲ୍ଲୀରୁ ଫେରିଥିବା ବେଳେ ବ୍ୟକ୍ତି ଜଣକ ମହାରାଷ୍ଟ ଫେରନ୍ତା ।

ଅପରପକ୍ଷରେ ଉକ୍ତ ୨ ଜଣ ମହିଳା ଯଥାକ୍ରମେ ସଗବାହାଲ ଅସ୍ଥାୟୀ ମେଡିକାଲ କ୍ୟାମ୍ପ(ଟିଏମସି) ଓ ସବଡେଗା ଟିଏମସିରୁ ଚିହ୍ନଟ ହୋଇଥିବା ବେଳେ ପୁରୁଷ ବ୍ୟକ୍ତି ଜଣକ ଏନଟିପିସି କୋଭିଡ ସେଣ୍ଟରର ବୋଲି ଜଣାପଡିଛି ।

ତେବେ ସମସ୍ତଙ୍କୁ ଚିକିତ୍ସା ନିମନ୍ତେ କୋଭିଡ ମେଡିକାଲକୁ ପଠାଯାଇଥିବା ନେଇ ଜଣାପଡିଛି ।

Leave A Reply

Your email address will not be published.