Latest Odisha News

BREAKING NEWS

ଆଜି ଯାଜପୁରରୁ ଚିହ୍ନଟ ୧୨ ଆକ୍ରାନ୍ତଙ୍କ ସବିଶେଷ ତଥ୍ୟ, ଜାଣନ୍ତୁ

ଯାଜପୁର: ଆଜି ରାଜ୍ୟରେ ଆଉ ୧୮୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ୧୮୬ ଜଣ ଆକ୍ରାନ୍ତଙ୍କ ମଧ୍ୟରେ ଯାଜପୁର ଜିଲ୍ଲାରୁ ୧୨ ଜଣ ରହିଛନ୍ତି । ଏହି ୧୨ ଜଣଙ୍କୁ ମିଶାଇ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୩୪୧ ରେ ପହଞ୍ଚିଛି। ଏଥିମଧ୍ୟରୁ ୨୯୦ ଜଣ ସୁସ୍ଥ ହୋଇ ଫେରିଥିବା ବେଳେ ବର୍ତ୍ତମାନ ଜିଲ୍ଲାରେ ୫୧ ଟି ଆକ୍ଟିଭ କେସ ରହିଛି। ତେବେ ଯାଜପୁରରୁ ଆଜି ଚିହ୍ନଟ ହୋଇଥିବା ୧୨ ଜଣ ଆକ୍ରାନ୍ତଙ୍କ ମଧ୍ୟରେ ରହିଛନ୍ତି ଯାଜପୁର ବ୍ଲକର ୨ ଜଣ, ବରୀ ବ୍ଲକର ୪ ଜଣ, ଦଶରଥପୁର ବ୍ଲକର ୪ ଜଣ ଓ ବିଞ୍ଝାରପୁର ବ୍ଲକର ୨ ଜଣ। ଏମାନଙ୍କ ମଧ୍ୟରୁ ୧୧ ଜଣ ପୁରୁଷ ହୋଇଥିବା ବେଳେ ଜଣେ ମହିଳା ରହିଛନ୍ତି। ୧୨ ଜଣଙ୍କ ମଧ୍ୟରୁ ୩ ଜଣ ସୁରାଟ ଫେରନ୍ତା ହୋଇଥିବା ବେଳେ ଉତ୍ତରପ୍ରଦେଶ ରୁ ୩, ଦିଲ୍ଲୀ ଓ ହରିଆଣା ରୁ ୨ ଜଣ ଲେଖାଏଁ ଏବଂ କଲିକତା ଓ ଆନ୍ଧ୍ର ପ୍ରଦେଶ ରୁ ଜଣେ ଲେଖାଏଁ ଫେରିଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ସେପଟେ ରାଜ୍ୟ ସରକାରଙ୍କ ନିଷ୍ପତ୍ତି କ୍ରମେ ଆଜି ଯାଜପୁର ଜିଲ୍ଲାରେ ସାପ୍ତାହିକ ସଟଡାଉନ୍ କଟକଣା ବଳବତ୍ତର ରହିଛି।

Leave A Reply

Your email address will not be published.