ଯାଜପୁର: ଆଜି ରାଜ୍ୟରେ ଆଉ ୧୮୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ୧୮୬ ଜଣ ଆକ୍ରାନ୍ତଙ୍କ ମଧ୍ୟରେ ଯାଜପୁର ଜିଲ୍ଲାରୁ ୧୨ ଜଣ ରହିଛନ୍ତି । ଏହି ୧୨ ଜଣଙ୍କୁ ମିଶାଇ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୩୪୧ ରେ ପହଞ୍ଚିଛି। ଏଥିମଧ୍ୟରୁ ୨୯୦ ଜଣ ସୁସ୍ଥ ହୋଇ ଫେରିଥିବା ବେଳେ ବର୍ତ୍ତମାନ ଜିଲ୍ଲାରେ ୫୧ ଟି ଆକ୍ଟିଭ କେସ ରହିଛି। ତେବେ ଯାଜପୁରରୁ ଆଜି ଚିହ୍ନଟ ହୋଇଥିବା ୧୨ ଜଣ ଆକ୍ରାନ୍ତଙ୍କ ମଧ୍ୟରେ ରହିଛନ୍ତି ଯାଜପୁର ବ୍ଲକର ୨ ଜଣ, ବରୀ ବ୍ଲକର ୪ ଜଣ, ଦଶରଥପୁର ବ୍ଲକର ୪ ଜଣ ଓ ବିଞ୍ଝାରପୁର ବ୍ଲକର ୨ ଜଣ। ଏମାନଙ୍କ ମଧ୍ୟରୁ ୧୧ ଜଣ ପୁରୁଷ ହୋଇଥିବା ବେଳେ ଜଣେ ମହିଳା ରହିଛନ୍ତି। ୧୨ ଜଣଙ୍କ ମଧ୍ୟରୁ ୩ ଜଣ ସୁରାଟ ଫେରନ୍ତା ହୋଇଥିବା ବେଳେ ଉତ୍ତରପ୍ରଦେଶ ରୁ ୩, ଦିଲ୍ଲୀ ଓ ହରିଆଣା ରୁ ୨ ଜଣ ଲେଖାଏଁ ଏବଂ କଲିକତା ଓ ଆନ୍ଧ୍ର ପ୍ରଦେଶ ରୁ ଜଣେ ଲେଖାଏଁ ଫେରିଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ସେପଟେ ରାଜ୍ୟ ସରକାରଙ୍କ ନିଷ୍ପତ୍ତି କ୍ରମେ ଆଜି ଯାଜପୁର ଜିଲ୍ଲାରେ ସାପ୍ତାହିକ ସଟଡାଉନ୍ କଟକଣା ବଳବତ୍ତର ରହିଛି।
BREAKING NEWS
- ଓଡିଶା ଟେନିସ୍ ଆସୋସିଆନ ଆୟୋଜିତ ଟୁର୍ଣ୍ଣାମେଂଟ ଉଦଯାପିତ
- Hero Asian Champions Trophy: ପଂଜାବର ହକି ଐତିହ୍ୟ ପ୍ରଦର୍ଶନର ସ୍ୱତନ୍ତ୍ର ଅବସର
- ଯାଜପୁରରେ ୪୬ଟି ଶିଳ୍ପ ପ୍ରକଳ୍ପର ଶିଳାନ୍ୟାସ, ସୃଷ୍ଟି ହେବ ୪୨୫୦୦ ନିଯୁକ୍ତି ସୁଯୋଗ…
- India’s Data Security: ଭାରତର ଡିଫେନ୍ସ ଡାଟା ଚୋରି କରିପାରିବେନି ଶତ୍ରୁ! ଚାନ୍ଦିପୁରରେ DRDOର କ୍ୱାଣ୍ଟମ୍ କବଚ ପରୀକ୍ଷା ସଫଳ
- କିମ୍ସରେ ସଫଳ କର୍ନିଆ ପ୍ରତିରୋପଣ
- ପାଣିରୁ ଫ୍ଲୋରାଇଡ ଦୂର କରିବ ପଣସ ଚୋପା, ରାଉରକେଲା NIT ଟିମ୍ଙ୍କ ନୂଆ ଗବେଷଣା
- ଉପଜିଲାପାଳଙ୍କୁ ଲିଖିତ ଅଭିଯୋଗ କଲେ ବିଜୁ ଛାତ୍ର ଜନତା ଦଳ; ନିର୍ବାଚନରେ କଲେଜ କର୍ମଚାରୀଙ୍କ ହସ୍ତକ୍ଷେପ…
- Influencer’s Nightmare Experience: ପହଂଚିଲା ଦାମୀ ପାର୍ସଲ, ଛାଡିଲେ ଘର
- New Governor’s Remark: ଓଡ଼ିଶାର ଦାୟିତ୍ୱ ଦେଲେ ରାଷ୍ଟ୍ରପତି, ହେଲେ ବିଜେପି ପାଇଁ ଭୋଟ୍ ଜୁଟାଇବେ କହିଲେ ନୂଆ ରାଜ୍ୟପାଳ! ବୟାନକୁ ନେଇ ବିବାଦ, ଘେରିଲେ ବିରୋଧୀ
- ମଝି ଆକାଶରେ ଏୟାର ଇଣ୍ଡିଆ ବିମାନକୁ ହାଇଜ୍ୟାକ୍ ଉଦ୍ୟମ!

Comments are closed.