Latest Odisha News

ରାଜ୍ୟରେ ଆଉ ୩ କୋରୋନା ପଜିଟିଭ ଚିହ୍ନଟ, ସଂକ୍ରମଣ ସଂଖ୍ୟା ୮କୁ ବୃଦ୍ଧି

ଭୁବନେଶ୍ବର: ଦିନକୁ ଦିନ ବଢ଼ିବାରେ ଲାଗିଛି କୋଭିଡର ନୂଆ ଭାରିଏଣ୍ଟ ‘ଜେଏନ ୧’ ସଂକ୍ରମଣ ମାମଲା । ଆଜି ପୁଣି ସାମ୍ନାକୁ ଆସିଲା ଆଉ ୩ ପିଜିଟିଭ ରିପୋର୍ଟ । ଯାହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା କୋଭିଡ୍‌-୧୯ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ ୮ କୁ ବୃଦ୍ଧି ପାଇଛି । ଏନେଇ ସୂଚନା ଦେଇଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ।

ଅନ୍ୟପଟେ ଆଜି ସାମ୍ନାକୁ ଆସିଥିବା ଆଉ ନୂଆ ୩ ସଂକ୍ରମିତ ଏବେ ହୋମ୍ ଆଇସୋଲେସନରେ ରହିଛନ୍ତି ଓ ସେମାନଙ୍କ ଶରୀରରେ ସାମାନ୍ୟ ଲକ୍ଷଣ ଚିହ୍ନଟ ହୋଇଛି । ପଜିଟିଭ ଆସିଥିବା ବ୍ୟକ୍ତି ଙ୍କ ମଧ୍ୟରୁ କେହି ଗୁରୁତର ନଥିବା ଜଣାପଡିଥିବାବେଳେ,ଏହି ଭାରିଏଣ୍ଟକୁ ନେଇ କେହି ଭୟଭୀତ ନହେବାକୁ କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ।

ଏହାସହ ବର୍ତ୍ତମାନ ଥଣ୍ଡା ର ସମୟ ହୋଇଥିବାରୁ ଏହା ଅଧିକ ବ୍ୟାପିବାର ଆଶଙ୍କା ରହିଛି । ତେଣୁ ଜନଗହଳି ସ୍ଥାନକୁ ନଯିବା ଓ ବାହାରକୁ ଯାଉଥିଲେ ମାସ୍କ ପିନ୍ଧି ଯିବା ପାଇଁ ପରାମର୍ଶ ଦେଇଛନ୍ତି ଡାକ୍ତର ନିରଞ୍ଜନ ମିଶ୍ର । ତେବେ ଗତ ୨୪ ଘଣ୍ଟା ମଧ୍ୟରେ ମୋଟ ୬୯୦ ଜଣ ସଂକ୍ରମିତଙ୍କ ନମୂନା ସଂଗ୍ରହ କରାଯାଇଥିବେଳେ, ସେମାନଙ୍କ ମଧ୍ୟରୁ ୩ ଜଣ ସଂକ୍ରମିତ ଥିବା ଜଣାପଡ଼ିଛି ।

Leave A Reply

Your email address will not be published.