Latest Odisha News

BREAKING NEWS

ଭୁବନେଶ୍ୱରରେ ହେବ ଆଉ ତିନି ଅଗ୍ନିଶମ କେନ୍ଦ୍ର

ଭୁବନେଶ୍ୱର: ରାଜଧାନୀରେ ହେବ  ଆଉ ୩ଟି ନୂଆ ଅଗ୍ନିଶମ କେନ୍ଦ୍ର   । ମୁ୍ଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ନୂତନ କେନ୍ଦ୍ରକୁ ଅନୁମୋଦନ କରିଛନ୍ତି ।

ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ଜାରି ଏକ ରିଲିଜରେ କୁହାଯାଇଛି, ଏହି ତିନୋଟି ଅଗ୍ନିଶମ କେନ୍ଦ୍ର ତମାଣ୍ଡୋ, ମଞ୍ଚେଶ୍ୱର ଏବଂ ପାହାଳରେ ହେବ । ସହରର କ୍ରମବର୍ଦ୍ଦିଷ୍ଣୁ ଆକାର ଏବଂ ଜନସଂଖ୍ୟାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଏପରି ନିଷ୍ପତ୍ତି ନେଇଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ, ଏହି ୩ଟି କେନ୍ଦ୍ରରେ ୪୫ ଜଣ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯିବ । ପ୍ରତି କେନ୍ଦ୍ରରେ ୧୫ କର୍ମଚାରୀ ରହିବେ । ପ୍ରତ୍ୟେକ କେନ୍ଦ୍ରରେ ଜଣେ ଷ୍ଟେସନ ଅଫିସର, ଦୁଇ ଜଣ ଲିଡିଂ ଫାୟାରମ୍ୟାନ, ଜଣେ ଡ୍ରାଇଭର-ହାବିଲଦାର, ଜଣେ ଫାୟାରମ୍ୟାନ ଡ୍ରାଇଭର ଓ ୧୦ ଜଣ ଫାୟାରମ୍ୟାନ ରହିବେ ।

ତମାଣ୍ଡୋ, ମଞ୍ଚେଶ୍ୱର ଏବଂ ପାହାଡ ନିକଟରେ ଅଗ୍ନିଶମ କେନ୍ଦ୍ର ନ ଥିବାରୁ ସେଠିକାର ଲୋକକୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଥିଲା । କୌଣସି ଅଘଟଣ ଘଟିଲେ ଅଗ୍ନିଶମ ବାହିନୀକୁ ସେଠାରେ ପହଞ୍ଚିବା ପାଇଁ ସମୟ ଲାଗୁଥିଲା   । ଏବେ ଏହି ସମସ୍ୟା ଦୂର ହୋଇପାରିବ ବୋଲି ସ୍ଥାନୀୟ ଲୋକେ ଆଶା ରଖିଛନ୍ତି ।

Leave A Reply

Your email address will not be published.