Latest Odisha News

ସୁରକ୍ଷାବାହିନୀ ଗୁଳିରେ ୩ ନକ୍ସଲ ମୃତ

ମାଲକାଗିରି: ମାଲକାଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ନାରାୟଣପୁର ଓ କଂକେର ସୀମାବର୍ତ୍ତି ଜଙ୍ଗଲରେ ସୁରକ୍ଷାବାହିନୀ ଗୁଳିରେ ଟଳିଲେ ୩ ମହିଳା ନକ୍ସଲ । ମୃତ ମହିଳା ନକ୍ସଲମାନେ ହେଲେ ଶାନ୍ତି, ଲକ୍ଷ୍ମୀ ଓ ସବିତା । ସେମାନଙ୍କଠାରୁ ୩ଟି ବନ୍ଧୁକ ସହ ବିସ୍ଫରୋକ ଜବତ କରାଯାଇଛି ।

ଖବର ମୁତାବକ, ଗତକାଲି ନାରାୟଣପୁର ଓ କଂକେର ସୀମାବର୍ତ୍ତୀ ଜଙ୍ଗଲରେ ନକ୍ସଲଙ୍କର ଉପସ୍ଥିତି ନେଇ ବିଶେଷସୂତ୍ରରୁ ସୁରକ୍ଷାବାହିନୀକୁ ଖବର ମିଳିଥିଲା । ଏହାପରେ ସୁରକ୍ଷାବାହିନୀ ପକ୍ଷରୁ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା । ଏନେଇ ସୁରକ୍ଷାବାହିନୀ ଓ ନକ୍ସଲଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ଯେଉଁଥିରେ ଜଣ ନକ୍ସଲଙ୍କର ମୃତ୍ୟୁ ଘଟିଥିଲା ।

ତେବେ ମୃତ ଲକ୍ଷ୍ମୀ ନାମରେ ପୂର୍ବରୁ ସରକାର ୮ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ । ସେହିପରି ସବିତା ଓ ଶାନ୍ତି ଏସିଏମ ଥିବା ବେଳେ ଏହି ଦୁଇଜଣଙ୍କ ନାମରେ ସରକାର ୫ ଲକ୍ଷ ଲେଖାଏଁ ପୁରସ୍କାର ରାଶି ଘୋଷଣା କରିଥିଲେ ।

Comments are closed.