Latest Odisha News

BREAKING NEWS

୩ ଦୁର୍ଦ୍ଦାନ୍ତ ମାଓବାଦୀ ଗିରଫ

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲା ପୋଲିସକୁ ବଡ଼ ସଫଳତା । ୩ ଜଣ ଦୁର୍ଦ୍ଦାନ୍ତ ମାଓବାଦୀକୁ ଗିରଫ କରିବାରେ ସଫଳ ହୋଇଛି ଜିଲ୍ଲା ପୋଲିସ । ଏମାନଙ୍କ ମଧ୍ୟରୁ ଜଣେ ଡିକେଏମଏସ୍ ଅଧ୍ୟକ୍ଷ ମାଡକମ ଭୀମା ବୋଲି ଜଣାପଡିଛି ।

ଭୀମା ଉପରେ ୨ ଲକ୍ଷ ଟଙ୍କାର ପୁରସ୍କାର ରାଶି ରହିଥିଲା । ଅନ୍ୟ ଦୁଇ ଜଣ ହେଲେ ହେମଲା ନନ୍ଦା ଓ ମିଲିସିଆ କମାଣ୍ଡର ମାଡକମ ଲଖମା ବୋଲି ଜଣାପଡିଛି । ଏମାନଙ୍କ ଉପରେ ୧ ଲକ୍ଷ ଟଙ୍କାର ପୁରସ୍କାର ରାଶି ରହିଥିଲା ।

ଖବର ମୁତାବକ, ଜିଲ୍ଲାର ଚିନ୍ତଲନାର ଜଙ୍ଗଲରେ ସିଆରପିଏଫ୍‌ ଯବାନ କମ୍ବିଂ ଅପରେସନ କରୁଥିଲେ । ଏହି ସମୟରେ ଯବାନଙ୍କୁ ଦେଖି ଏହି ୩ ଜଣ ଦୌଡିବାକୁ ଲାଗିଲେ । ଏହାପରେ ଯବାନମାନେ ଜଙ୍ଗଲକୁ ଘେରି ଏମାନଙ୍କୁ କାବୁ କରିବାରେ ସଫଳ ହୋଇଥିଲେ ।

ଏମାନେ ହତ୍ୟା, ପୋଷ୍ଟର ମାରିବା, ଲୋକଙ୍କୁ ଅପହରଣ କରିବା ସହ ପୁଲିସ ଉପରେ ଗୁଳି ଚଳାଇବା ଭଳି ହିଂସାରେ ସାମିଲ ଥିବା ଜିଲ୍ଲା ଏସପି କିରଣ ଚୌହାନ ।

Comments are closed.