Latest Odisha News

BREAKING NEWS

ଏଥର ରଜ ବଜାରକୁ ସରଗରମ କରିବାକୁ ମୁକ୍ତିଲାଭ କଲା ୩ଟି ଓଡ଼ିଆ ଚଳଚ୍ଚିତ୍ର

ଭୁବନେଶ୍ବର: ରଜ ବଜାରକୁ ଏଥର ସରଗରମ କରିବାକୁ ରିଲିଜ ହୋଇଛି ୩ଟି ଓଡିଆ ଚଳଚ୍ଚିତ୍ର । ସୁପରଷ୍ଟାର୍‌ ଅନୁଭବ ମହାନ୍ତିଙ୍କ ‘ଛକିଶୂନ’, ଅମ୍ଲାନ୍‌ ଓ ଏଲିନାଙ୍କ ‘ଶିକାର’ ଏବଂ ଅର୍ଦ୍ଧେନ୍ଦୁ ଓ ଜସ୍ମିନ୍‌ଙ୍କ ନୂତନ ଚଳଚ୍ଚିତ୍ର ‘ଡାଏରି’ ରିଲିଜ ହୋଇଛି । ଏହି ୩ଟି ଚଳଚ୍ଚିତ୍ର ମଧ୍ୟରେ କଡା ଟକ୍କର ହେବ ।

ମହାରାଜା ସିନେମା ହଲରେ ଅଭିନେତା ଅର୍ଦ୍ଧେନ୍ଦୁଙ୍କ ଅଭିନୀତ ‘ଡାଏରୀ’ର ପ୍ରିମିୟର ଶୋ’ ହୋଇଥିବା ବେଳେ ଦର୍ଶକଙ୍କ ଭିତରେ ବେଶ ଉତ୍ସାହ ଦେଖିବାକୁ ମିଳିଥିଲା । ପ୍ରଥମ ଦିନରେ ଦର୍ଶକଙ୍କ ଖଚାଖଚ ଭିଡ ହୋଇଥିଲା । ଗୀତଠୁ ଆରମ୍ଭ କରି କାହାଣୀ ଆଉ ଆକ୍ସନ ପୁରା ପ୍ୟାକେଜକୁ ନେଇ ସସପେନ୍ସ ଓ ଲଭ ଷ୍ଟୋରୀର ଏହି ସିନେମା ଦେଖି ବେଶ ପ୍ରଶଂସା କରିଛନ୍ତି ଦର୍ଶକ ।

ତେବେ ସବୁବେଳେ ଆକ୍ସନ୍, ରୋମାନ୍ସ ଓ ଫ୍ୟାମିଲି ଡ୍ରାମାକୁ ନେଇ ପରଦାକୁ ଆସୁଥିବା ନାୟକ ତଥା ପ୍ରଯୋଜକ ଅର୍ଦ୍ଧେନ୍ଦୁ ସାହୁ ଏଥର ଦର୍ଶକଙ୍କ ପାଇଁ ଏକ ନିଆରା ‘ତ୍ରିକୋଣୀୟ ପ୍ରେମ କାହାଣୀ’ ନେଇ ଆସିଛନ୍ତି । ତାଙ୍କ ସହ ନାୟିକା ଭାବରେ ଅଛନ୍ତି ଜସ୍ମିନ ରଥ ଏବଂ ନବାଗତା ପ୍ରଜ୍ଞା ମିଶ୍ର । ଅମିତ ନାୟକ ଓ ଲୁବୁନ୍-ଟୁବୁନ୍‌ଙ୍କ କୋରିଓଗ୍ରାଫି କରିଛନ୍ତି । ଆଦିଲକ୍ଷ୍ମୀ ଏଣ୍ଟରଟେନମେଣ୍ଟ ବ୍ୟାନରରେ ଏବଂ ସହ-ପ୍ରଯୋଜକ ଆଦିକନ୍ଦ ସାହୁଙ୍କ ସହଯୋଗରେ ନିର୍ମିତ ଏହି ଚଳଚ୍ଚିତ୍ରକୁ ନିର୍ଦ୍ଦେଶନା ଦେଇଛନ୍ତି ଲୋକପ୍ରିୟ ନିର୍ଦ୍ଦେଶକ ସୁଶାନ୍ତ ମଣି । ବରିଷ୍ଠ ଲେଖକ କୁନା ତ୍ରିପାଠୀଙ୍କ ବଳିଷ୍ଠ କାହାଣୀ ଓ ସଂଳାପ ସାଙ୍ଗକୁ ସୀତାଂଶୁ ମହାପାତ୍ରଙ୍କ ସିନେମାଟୋଗ୍ରାଫି କରିଛନ୍ତି । ପ୍ରଣୟ ଜେଠୀଙ୍କ ସଫଳ ପ୍ରଚାର ପ୍ରସାର ଦାୟିତ୍ୱ ତୁଲାଇଛନ୍ତି ।

ସେହିଭଳି ଭୁବନେଶ୍ୱରସ୍ଥିତ କେଶରୀ ଟକିଜ୍‌ଠାରେ ‘ଶିକାର’ ଚଳଚ୍ଚିତ୍ରର ପ୍ରିମିୟର ଶୋ’ ହୋଇଛି । କିଛି ବର୍ଷର ବ୍ୟବଧାନରେ ଅମ୍ଳାନ ବଡ଼ ପରଦାରେ ନଜର ଆସିଛନ୍ତି । ମୁଖ୍ୟ ଅଭିନେତା ଅମ୍ଲାନ ଦାସ, ନାୟିକା ଏଲିନା ସାମନ୍ତରାୟ, ଅଭିନେତା ଅଙ୍କିତ, ତାପସ ସରଘରିଆ, ପ୍ରଚାର ଓ ପ୍ରସାର ମୁଖ୍ୟ ପ୍ରଣୟ ଜେଠୀ ରହିଛନ୍ତି । କ୍ରାଇମ୍‌, ଥ୍ରିଲର୍‌ ସହିତ ଦମଦାର ଆକ୍ସନକୁ ନେଇ ମୁନ୍ ଟିଭି ମୁଭିଜ୍‌ର ଏହି ସିନେମା ରଜରେ ଖୁବ୍ ମନୋରଞ୍ଜନ ଯୋଗାଇବ । ଚଳଚ୍ଚିତ୍ରର ପ୍ରଯୋଜକ ସଚ୍ଚିକାନ୍ତ ଜେନା ଥିବାବେଳେ, ନିର୍ଦ୍ଦେଶକ ମୃତ୍ୟଞ୍ଜୟ ସାହୁ, କାହାଣୀ, ଚିତ୍ରନାଟ୍ୟ, ସଂଳାପ ଓ ଗୀତିକାର ପ୍ରିୟବ୍ରତ ପଣ୍ଡା ରହିଛନ୍ତି ।

ଅନ୍ୟପଟେ, ଅନୁଭବ ମହାନ୍ତିଙ୍କ ଅଭିନୀତ ଚଳଚ୍ଚିତ୍ର ‘ଛକିଶୂନ’ର ପ୍ରିମିୟର୍‌ ଶୋ’ ଆଜି କଟକସ୍ଥିତ ବୃନ୍ଦାବନ ସିନେମା ହଲ୍‌ରେ ପ୍ରଦର୍ଶିତ ହୋଇଯାଇଛି । ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ମାନସ ପଢ଼ିହାରୀ । ଚଳଚ୍ଚିତ୍ରରେ ଅନୁଭବ ମହାନ୍ତିଙ୍କ ସହ ସମ୍ଭାବନା ମହାନ୍ତି, ଅଭିଷେକ ପଣ୍ଡା, ଦିବ୍ୟା ମହାନ୍ତି, ଚୌଧୁରୀ ଜୟପ୍ରକାଶ ଦାସ, ସୁକୁମାର ଟୁଡୁ, ସୁକାନ୍ତ ରଥ, ନିତୁ ସିଂ, ବିଜିନୀ ମିଶ୍ର, ଉଦିତ ଗୁରୁ, ତାପସ ସରଘରିଆ, ଜିତୁ ମଙ୍ଗରାଜ, ବିନ୍ଦୁ, ରାକା, ଦିପୁ ଓ ସୁଜିତ ପ୍ରମୁଖ ଅଭିନୟ କରିଛନ୍ତି । ଆମର ମ୍ୟୁଜିକ୍ ଓ ଟୁ ନାଇନ୍ ଫିଲ୍ମସ ପକ୍ଷରୁ ପ୍ରଯୋଜିତ ତଥା ଏସ୍‌ ଏମ୍‌ ଏଣ୍ଟରଟେନମେଣ୍ଟରେ ନିର୍ମିତ ହୋଇଛି ଏହି ଚଳଚ୍ଚିତ୍ରଟି ।

Leave A Reply

Your email address will not be published.