Latest Odisha News

BREAKING NEWS

ହାଇୱାକୁ ଧକ୍କା ଦେଲା ସ୍କୋର୍ପିଓ: ଦୁର୍ଘଟଣାରେ ପରିବାରର ୩ ମୃତ, ପୂର୍ବତନ ସରପଞ୍ଚଙ୍କ ସମେତ ୨ ଗୁରୁତର

କୋଇଡ଼ା: ସ୍କୋର୍ପିଓକୁ ଧକ୍କାଦେଲା ହାଇୱା। ଦୁର୍ଘଟଣାରେ ପରିବାରର ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ସୁନ୍ଦରଗଡ଼ା ଜିଲ୍ଲା କୋଇଡା ଥାନା ରେଙ୍ଗାଲବେଢ଼ା ଛକ ନିକଟ ଜାତୀୟ ରାଜପଥ ଠାରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି।

ସୂଚନା ଅନୁସାରେ ଗତକାଲି ସନ୍ଧ୍ୟାରେ ପୂର୍ବତନ କୋଇଡା ସରପଞ୍ଚ ସନ୍ଧ୍ୟା ରାଣୀ ନାଏକ ଓ ତାଙ୍କ ପରିବାର ଏକ ବିବାହ ବାହାଘର ପାଇଁ କେନ୍ଦୁଝର ସରାସକୁ ଯାଇ ବିଳମ୍ବ ରାତ୍ରିରେ ଫେରୁଥିଲେ । ହେଲେ କୋଇଡାରୁ ପାଞ୍ଚ କିଲୋମିଟର ପୂର୍ବରୁ ରେଙ୍ଗାଲବେଢା ଜାତୀୟ ରାଜପଥଠାରେ ସ୍କୋର୍ପିଓ ଏକ ହାଇୱା ପଛ ପଟେ ଜୋର୍ ଧକ୍କା ହୋଇଥିଲା।

ଘଟଣାସ୍ଥଳରେ ଦୁଇ ଶିଶୁ ଭାଇ ଓ ଜଣେ ନାବାଳିକା ମୃତ୍ୟୁ ଘଟିଥିଲା ଓ ଦୁଇ ମୃତ ଶିଶୁଙ୍କ ମାଆ ଶାନ୍ତିଲତା ଓ ପୂର୍ବତନ ସରପଞ୍ଚ ସନ୍ଧ୍ୟା ରାଣୀ ନାଏକ ଗୁରୁତର ଅବସ୍ଥାରେ କୋଇଡା ମେଡିକାଲ୍‌ରୁ ରାଉରକେଲା ସ୍ଥାନାନ୍ତରିତ କରାଯାଇଛି। ଘଟଣା ସମ୍ପର୍କରେ ପୋଲିସ ସୂଚନା ପାଇଁ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Leave A Reply

Your email address will not be published.