ମାଲକାନଗିରି : ଆଇପିଏଲ ଖେଳରେ ଟଙ୍କା କାରବାର ଅଭିଯୋଗ । IPL ଖେଳରେ ଟଙ୍କା କାରବାର କରୁଥିବା ସମୟରେ ପୋଲିସ ହାତରେ ଧରାପଡ଼ିଲେ ମାଲକାନଗିରି ଜିଲ୍ଲାର ୩ ଯୁବକ । ଅଭିଯୁକ୍ତ ଯୁବକ ମାନଙ୍କ ଘର ଖୋଜିଖୋଜି କରି ପୋଲିସ ୫ ରୁ ୧୦ ଲକ୍ଷ ପାଖାପାଖି ଟଙ୍କା ଜବତ କରିଛି । ଗତକାଲି ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗସ ଓ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ତେଣୁ ଏହି ହାଇଭୋଲଟେଜ୍ ମ୍ୟାଚରୁ ବେଆଇନ ଭାବେ ଟଙ୍କା ରୋଜଗାର କରିବାର ମଉକା ଛାଡ଼ି ନଥିଲେ ଯୁବଗୋଷ୍ଟି । ତେବେ ଖୁବଶୀଘ୍ର ଏନେଇ ଏକ ପ୍ରେସମିଟର ଆୟୋଜନ କରି ସବିଶେଷ ସୂଚନା ପ୍ରଦାନ କରାଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି ।
Comments are closed.