Latest Odisha News

BREAKING NEWS

ମଞ୍ଚାରୁ ଟାଣି ମାରିଲା ହାତୀ

ଅନୁଗୋଳ: ମଞ୍ଚାରୁ ଟାଣି କଚାଡି ମାରିଲା ହାତୀ । ଆକ୍ରମଣରେ ଜଣେ ଚାଷୀଙ୍କର ମୃତ୍ୟୁ ହୋଇଛି । ଅନୁଗୋଳ ଜିଲ୍ଲା ପୁରୁଣାକୋଟ ଥାନା କୋହ୍ଲସର ଗାଁରେ ଗତକାଲି ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି । ମୃତକ ହେଲେ ପ୍ରକାଶ ସାହୁ । ଧାନ ଜଗିବାକୁ ସେ ଯାଇଥିଲେ । ଶୋଇଥିବା ବେଳେ ରାତିରେ ୩ଟି ହାତୀ ଆସି ମଞ୍ଚା ଭାଙ୍ଗିବା ସହ ଆକ୍ରମଣ କରିଥିଲେ ।

କୌଶଳ କ୍ରମେ ସେଠାରୁ ଦୁଇ ଜଣ ଦୌଡ଼ି ପଳାଇଥିବା ବେଳେ ହାତୀଙ୍କ ହାବୁଡ଼ରେ ପଡିଥିଲେ ପ୍ରକାଶ । ବିଲ ଭିତରେ ତାଙ୍କୁ ଦଳି କଚାଡି ଦେଇଥିଲା ହାତୀ । ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ଖବର ପାଇ ବନ ବିଭାଗ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଛନ୍ତି ।

Leave A Reply

Your email address will not be published.