ରାୟଗଡ଼ା: ଗ୍ୟାସ ଟାଙ୍କି ଫାଟି ୩ ଜଣ ଗୁରୁତର ହୋଇଛନ୍ତି । ଏହି ଦୁର୍ଘଟଣା ଘଟିଛି ରାୟଗଡା ଜିଲ୍ଲା ହତିପଥର ରୋଡ଼ ରାଣୀଗୁଡାଫାର୍ମ ନିକଟରେ । ଗୁରୁତରଙ୍କୁ ପ୍ରଥମେ ରାୟଗଡା ଜିଲ୍ଲା ସ୍ଵାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ଦୁଇ ଜଣଙ୍କୁ ବ୍ରହ୍ମପୁର ଏବଂ ଜଣଙ୍କୁ ଆନ୍ଧ୍ରପ୍ରଦେଶର ବିଶାଖାପାଟଣା କୁ ସ୍ଥାନାନ୍ତରିତ କରାଯାଇଛି ।
ଗୁରୁତର ମାନେ ହେଲେ ଡି. ଶିବା, ଧର୍ମା ମିଣିଆକା ଓ ଦିନ ମିଣିଆକା ସମସ୍ତେ ହତିପଥର ରୋଡ଼ ରାଣୀଗୁଡାଫାର୍ମ ନିକଟରେ ଗୋଟିଏ ଭଡାଘରେ ରହୁଥିଲେ । ଗ୍ୟାସ ଲିକେଜ ଥିବାରୁ ଗ୍ୟାସ ଅନ୍ କରିବା ପରେ ହଠାତ୍ ଟାଙ୍କିରେ ନିଆଁ ଲାଗିଥିଲା ଯାହା ଫଳରେ ୩ ଜଣ ଗୁରୁତର ହୋଇଥିଲେ ।
ସୂଚନା ମୁତାବକ, ତିନି ଜଣ ଆଇଆପ୍ପା ଦୀକ୍ଷା ନେଇଥିବା ଏକ ଭଡାଘର ନେଇ ରହୁଥିଲେ । ଗ୍ୟାସ୍ ଲିକେଜ ଥିବା କାରଣରୁ, ଗ୍ୟାସ୍ ଅନ କରିବା ମାତ୍ରେ ଜୋରରେ ନିଆଁ ଲାଗି ଧରି ବ୍ଲାଷ୍ଟ ହୋଥିଲା । ଘର କବାଟ ବନ୍ଦ ଥିଲା ଏବଂ ଦୁଇଜଣ ସୋଇଥିଲେ ଏବଂ ଅନ୍ୟ ଜଣେ କୌଣସି କାର୍ଯ୍ୟ ନିମନ୍ତେ ଗ୍ୟାସ୍ ଅନ୍ କରିଥିଲେ । କାଵଟ ବନ୍ଦ ଥିବା ହେତୁ ୩ ଜଣ ଅଧିକ ମାତ୍ରାରେ ଗୁରୁତର ହୋଇଛନ୍ତି ।